ଆଜି ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ୮୯ ଟି ଆସନରେ ୭୮୮ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ଅହମ୍ମଦାବାଦ: ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି । ମୋଟ ୧୮୨ ଆସନ‌ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୯ଟି ଜିଲ୍ଲାର ୮୯ ଟି ଆସନରେ ଭୋଟ୍ ଗ୍ରହଣ ହେବ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ୮୯ ଟି ଆସନରେ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର। ପ୍ରଥମ ପର୍ଯ୍ୟାୟରେ ୨ କୋଟିରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥର ​​ବିଜେପି ଓ କଂଗ୍ରେସ ସହ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି ।

ଗୁଜରାଟରେ ବିଜେପି ୧୯୯୫ ରୁ କ୍ଷମତାରେ ରହିଛି । ଆସନ ସଂଖ୍ୟା ହ୍ରାସକୁ ରୋକିବା ଦଳ ପାଇଁ ଏଥର ବଡ଼ ଆହ୍ବାନ ପାଲଟିଛି। ୨୦୦୨ ମସିହାରୁ ଦଳର ସ୍କୋର ଖସୁଥିବା ଲକ୍ଷ୍ୟ କରାଯାଇଛି । ୨୦୧୮ରେ ବିଜେପିର ଆସନ ସଂଖ୍ୟା ୧୩୭ ରୁ ୯୯ କୁ ହ୍ରାସ ପାଇଥିଲା ।

ଗୁଜରାଟରେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ସହ ଅନେକ ବଡ଼ ନେତା ବହୁ ସଭା ଓ ରୋଡ଼ ଶୋ କରିଥିଲେ । ଆପ୍ ତରଫରୁ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜୋରଦାର ପ୍ରଚାର କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ପଞ୍ଜାବ ନିର୍ବାଚନରେ ବିପୁଳ ବିଜୟରେ ଉତ୍ସାହିତ ହୋଇ ଆପ୍ ଗୁଜରାଟକୁ ଦଳର ପରବର୍ତ୍ତୀ ଟାର୍ଗେଟ୍ କରିଛି।

Comments are closed.