ଦିଲ୍ଲୀର ଅଲୀପୁରରେ ଅଘଟଣ, ଗୋଦାମ ଘର କାନ୍ଥ ଭୁଶୁଡ଼ି ୫ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଅଲୀପୁରରେ ଶୁକ୍ରବାର ଏକ ଗୋଦାମ ଘର କାନ୍ଥ ଭୁଶୁଡି ପଡ଼ିବାରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୪ ଜଣ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି। ଏହି ଅଘଟଣ ସମୟରେ ୨୦ ରୁ ୨୫ ଜଣ ଶ୍ରମିକ ଗୋଦାମରେ କାମ କରୁଥିଲେ ବୋଲି କୁହାଯାଇଛି । ଧ୍ବଂସାବଶେଷ ତଳେ ଆହୁରି କିଛି ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି ।

ପୋଲିସର ସୂଚନାନୁସାରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ୧୪ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୭ ଜଣ ବିପଦମୁକ୍ତ ହୋଇଛନ୍ତି । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି।

ଏହା କୁହାଯାଉଛି ଯେ ଆହୁରି ଅନେକ ଲୋକ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତ ଲୋକଙ୍କୁ ଚିକିତ୍ସା ପାଇଁ ରାଜା ହରିଶ ଚନ୍ଦ୍ର ଡାକ୍ତରଖାନାକୁ ନିଆଯାଇଛି। ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ଡିଏମ୍ ଏବଂ ଏସଡିଏମ୍ କାର୍ଯ୍ୟାଳୟ ଏହି ଅଞ୍ଚଳରେ ବେଆଇନ ଗୋଦାମ ନିର୍ମାଣ ବନ୍ଦ କରୁନାହାଁନ୍ତି ବୋଲି ଅଭିଯୋଗ ହୋଇଛି।

Comments are closed.