ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ, ପ୍ରଥମ ଥର ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡରୁ ଆସିଲା ରଥକାଠ

ପୁରୀ: ବଡ଼ଠାକୁରଙ୍କ ଘୋଷଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ରଥକାଠ ଅନୁକୂଳ ହୋଇଛି । ଆଜ୍ଞାମାଳ ପହଞ୍ଚିବା ପରେ ରଥଖଳାରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ସୋରଡ଼ାରୁ ୩୨ଖଣ୍ଡ ରଥକାଠ ଆସିଛି । ଏଯାଏ ୫୩୬ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଲାଣି ।

ପୂର୍ବରୁ ୮୦ ଖଣ୍ଡ କାଠ ବଳକା ରହିଛି, ତିନି ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ହେଉଥିବା ବେଳେ ଆଉ ୨୧୭ ଖଣ୍ଡ କାଠ ଆସିବ । ଏଥର ରଥଖଳାରକୁ ବୌଦ୍ଧ ଓ ଗଂଜାମ ଘୁମୁସର ବନଖଣ୍ଡରୁ ଆସିଛି କାଠ ।

Comments are closed.