ରଜୌରିରେ ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଦୁଇ କ୍ୟାପଟେନଙ୍କ ସହ ୪ ଯବାନ ସହିଦ୍ | News Room Odisha

ରଜୌରିରେ ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଦୁଇ କ୍ୟାପଟେନଙ୍କ ସହ ୪ ଯବାନ ସହିଦ୍

ଶ୍ରୀନଗର: ଜାମ୍ମୁ କାଶ୍ମୀରର ରଜୌରି ଜିଲ୍ଲାରେ ବୁଧବାର ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ସଂଘର୍ଷରେ ସେନାର ଦୁଇ କ୍ୟାପଟେନଙ୍କ ସହ ୪ ଯବାନ ସହିଦ୍ ହୋଇଛନ୍ତି।

ଜମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଧର୍ମସାଲର ବାଜିମାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇବା ପରେ ଆଜି ସକାଳ ୯ଟାରେ ସେନା ତରଫରୁ ତଲାସି ଆରମ୍ଭ ହୋଇଥିଲା | ଏହି ସମୟରେ ସେଠାରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳିମାଡ଼ କରିଥିଲେ । ଏଥିରେ ସେନାର ଦୁଇ କ୍ୟାପଟେନ୍ ଏବଂ ଦୁଇ ସୈନିକ ସହିଦ୍ ହୋଇଛନ୍ତି। ଏହି ଏନକାଉଣ୍ଟର ୯ ଘଣ୍ଟା ଧରି ଚାଲିଛି | ଆତଙ୍କବାଦୀମାନେ ଯେଭଳି ଖସି ନଯିବେ ସେଥିପାଇଁ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ସିଲ୍ କରିଦେଇଛି।

ପାଞ୍ଚ ଦିନ ପୂର୍ବେ କୁଲଗାମରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଥିଲା । ଆତଙ୍କବାଦୀମାନେ ରକେଟ୍ ଲଞ୍ଚର୍ ସହିତ ଆତଙ୍କବାଦୀ ଲୁଚି ରହିଥିବା ଘରକୁ ଉଡ଼ାଇ ଦେଇଥିଲେ। ସେନାର ଉକ୍ତ ଅପରେସନରେ ୫ ଆତଙ୍କବାଦୀ ନିହତ ହୋଇଥିଲେ।