ନଭେମ୍ବର ପହିଲାରୁ ନୂଆ ବ୍ୟବସ୍ଥା, ବିନା ଓଟିପିରେ ମିଳିବ ନାହିଁ ଏଲପିଜି ସିଲିଣ୍ଡର, ପ୍ରଥମେ ଦେଶର ୧୦୦ ସ୍ମାର୍ଟସିଟିରେ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ – ଆଗାମୀ ଦିନରେ ବିନା ଓଟିପିରେ ମିଳିବ ନାହିଁ ଏଲପିଜି ସିଲିଣ୍ଡର । ଏଣିକି ଆପଣଙ୍କର ଘରୋଇ ଗ୍ୟାସ ସିଲିଣ୍ଡରର ହୋମ୍ ଡେଲିଭରି ପ୍ରକ୍ରିୟା ପୂର୍ବ ଭଳି ରହିବ ନାହିଁ । ନଭେମ୍ବର ପହିଲାରୁ ଏଲପିଜି ସିଲିଣ୍ଡର ଡେଲିଭରି ପ୍ରକ୍ରିୟାରେ ପରିବର୍ତନ ହେବ । ମିଡିଆ ରିପୋର୍ଟ ଅନୁସାରେ ଚୋରି ରୋକିବା ଓ ପ୍ରକୃତ ଗ୍ରାହକଙ୍କୁ ଚିହ୍ନଟ କରିବା ପାଇଁ ତୈଳ କଂପାନିଗୁଡିକ ନୂଆ ଏଲପିିଜି ସିଲିଣ୍ଡରର ନୂଆ ଡେଲିଭରି ସିଷ୍ଟମ ଲାଗୁ କରିବାକୁ ଯାଉଛନ୍ତି । ଏହି ନୂଆ ସିଷ୍ଟମକୁ ଡିଏସି ବା ଡେଲିଭରି ଅଥେଂଟିକେସନ କୋଡ୍ ଭାବେ ନାମିତ କରାଯାଇଛି । ପ୍ରଥମେ ପ୍ରଥମେ ଦେଶର ୧୦୦ଟି ସ୍ମାର୍ଟ ସିଟିରେ ଲାଗୁ ହେବ ଏହି ନୂଆ ସିଷ୍ଟମ । ଜୟପୁରରେ ଏହାର ପାଇଲଟ ପ୍ରୋଜେକ୍ଟ ପୂର୍ବରୁ ହିଁ ଚାଲୁଛି ।

ଏହି ନୂଆ ବ୍ୟବସ୍ଥା ଦ୍ୱାରା କେବଳ ବୁକିଂ କରିଦେଲେ ସିିଲିଣ୍ଡର ଡେଲିଭରି ହୋଇଯିବ ନାହିଁ । ଆପଣଙ୍କ ପଂଜୀକୃତ ମୋବାଇଲ୍ ନମ୍ବରକୁ ଏକ କୋଡ୍ ପଠାଯିବ । ସେହି କୋଡ୍‌କୁ ଆପଣ ଯଦି ଡେଲିଭରି ବୟକୁ ଦେଖାଇବେ ନାହିଁ , ତାହା ହେଲେ ସିଲିଣ୍ଡର ଡେଲିଭରି ହୋଇପାରିବ ନାହିଁ । ଯଦି କୌଣସି ଗ୍ରାହକଙ୍କ ମୋବାଇଲ ନମ୍ବର ଅପଡେଟ୍ ହୋଇ ନ ଥାଏ, ତାହା ହେଲେ ଡେଲିଭରି ବୟ ପାଖରେ ଥିବା ଆପ୍ ଜରିଆରେ ରିୟଲ ଟାଇମ ଆପଣଙ୍କ ନମ୍ବର ଅପଡେଟ୍ କରି ନୂଆ କୋଡ ଜେନେରେଟ କରିବ । ତେବେ, ଏହି ସିଷ୍ଟମ କମର୍ସିଆଲ୍ ସିଲିଣ୍ଡର ଉପରେ ଲାଗୁ ହେବ ନାହିଁ ।

Comments are closed.