ଗଂଜାମ ଜିଲ୍ଲା ପ୍ରଶାସନର ‘ମିସନ ଜିରୋ ଆକ୍ଟିଭ କେସେସ୍‌’ : ଧରାକୋଟ, ପୋଲସରା ଜିରୋ ଆକ୍ଟିଭ କେସ୍ ବ୍ଲକ ଘୋଷିତ

ବ୍ରହ୍ମପୁର- ଏବେ ଚାରିଆଡେ ଉଚ୍ଚ ପ୍ରଶଂସିତ ହୋଇଥିବା ଗଂଜାମ ମଡେଲ ଦ୍ୱାରା ଜିଲ୍ଲାରେ କୋରୋନା ମହାମାରୀ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ଜିଲ୍ଲା ପ୍ରଶାସନ ଏବେ ଆଉ ଏକ ପଦକ୍ଷେପ ନେଇଛି । ‘ମିସନ ଜିରୋ ଆକ୍ଟିଭ କେସେସ୍‌’ ନାଁରେ ନୂଆ ଅଭିଯାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଏକ୍ରମରେ ଜିଲ୍ଲାର ପୋଲସରା ଓ ଧରାକୋଟ ବ୍ଲକ୍‌କୁ ଜିରୋ ଆକ୍ଟିଭ କେସ୍ ବ୍ଲକ୍ ଭାବେ ଘୋଷଣା କରାଯାଇଛି । ଏଥିପାଇଁ ଦୁଇ ବ୍ଲକ୍ ପ୍ରଶାସନକୁ ଅଭିନନ୍ଦନ ଜଣାଇଛି ଜିଲ୍ଲା ପ୍ରଶାସନ ।

Comments are closed.