‘ଟମ୍ବ ଅଫ୍ ସ୍ୟାଣ୍ଡ୍’ ପାଇଁ ଭାରତୀୟ ଲେଖିକା ଗୀତାଞ୍ଜଳି ଶ୍ରୀ ପାଇଲେ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ଲେଖିକା ଗୀତାଞ୍ଜଳି ଶ୍ରୀ ୨୦୨୨ ବର୍ଷ ପାଇଁ ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇଛନ୍ତି। ତାଙ୍କ ରଚିତ ହିନ୍ଦୀ ଉପନ୍ୟାସ ‘ରେତ୍ ସମାଧି’ର ଇଂରାଜୀ ଅନୁଦିତ ପୁସ୍ତକ ‘ଟମ୍ବ ଅଫ୍ ସ୍ୟାଣ୍ଡ୍’ ପାଇଁ ଗୀତାଞ୍ଜଳି ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି | ବୁକର୍ ପୁରସ୍କାର ପାଇବାରେ ଏହି ଉପନ୍ୟାସ ହେଉଛି ଭାରତର ପ୍ରଥମ ଆଞ୍ଚଳିକ ଭାଷାର ପୁସ୍ତକ । ଗୀତାଞ୍ଜଳି କହିଛନ୍ତି ଯେ ମୁଁ ବୁକର୍ ପୁରସ୍କାର ପାଇବି ବୋଲି କେବେବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ମୋତେ ଏହି ପୁରସ୍କାର ମିଳିଥିବାରୁ ମୁଁ ଆଶ୍ଚର୍ଯ୍ୟ, ଖୁସି, ସମ୍ମାନିତ ଅନୁଭବ କରୁଛି |

ଗୀତାଞ୍ଜଳି ଶ୍ରୀଙ୍କର ଏହି ପୁସ୍ତକ ମୂଳତଃ ହିନ୍ଦୀ ଭାଷାରେ ‘ରେତ୍ ସମାଧି’ ନାମରେ ପ୍ରକାଶିତ ହୋଇଥିଲା | ଡେଜି ରକୱେଲ୍ ଏହାର ଇଂରାଜୀ ଅନୁବାଦ (ଟମ୍ବ ଅଫ୍ ସ୍ୟାଣ୍ଡ୍) କରିଥିଲେ । ବୁକର୍ ପୁରସ୍କାରର ଜୁରି ସଦସ୍ୟମାନେ ଏହି ପୁସ୍ତକକୁ ବେଶ୍ ପସନ୍ଦ କରିଥିଲେ।

Comments are closed.