ଗହମ ପରେ ଚିନି ରପ୍ତାନି ଉପରେ ରୋକ୍ ଲଗାଇଲେ ସରକାର

ନୂଆଦିଲ୍ଲୀ: ଗହମ ପରେ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ଜୁନ୍ ୧ ରୁ ଲାଗୁ ହେବ |

ସୂଚନା ଅନୁଯାୟୀ ଘରୋଇ ବଜାରରେ ଚିନି ଉପଲବ୍ଧତା ବୃଦ୍ଧି କରିବା ଏବଂ ଏହାର ମୂଲ୍ୟ ବୃଦ୍ଧି ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ତେବେ ୟୁରୋପୀୟ ସଂଘ ଏବଂ ଆମେରିକାକୁ ରପ୍ତାନି ହେଉଥିବା ଚିନି ପାଇଁ ଏହି କଟକଣା ଲାଗୁ ହେବ ନାହିଁ | ଏହି ଦେଶଗୁଡ଼ିକୁ ୧୦୦ ଏଲଏମଟି (ଲକ୍ଷ ମେଟ୍ରିକ୍ ଟନ୍) ପର୍ଯ୍ୟନ୍ତ ଚିନି ରପ୍ତାନି କରିବାକୁ ସରକାର ଅନୁମତି ଦେଇଛନ୍ତି | ବ୍ରାଜିଲ ପରେ ଭାରତ ହେଉଛି ବିଶ୍ଵର ଦ୍ଵିତୀୟ ବୃହତ ଚିନି ଉତ୍ପାଦନକାରୀ ଦେଶ ।

Comments are closed.