ଫେବୃଆରୀ ୧୪କୁ ‘ଗୋ ଆଲିଙ୍ଗନ ଦିବସ’ ଭାବେ ପାଳନ ପାଇଁ ଅପିଲ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ: ଫେବୃଆରୀ ୧୪କୁ ‘ଗୋ ଆଲିଙ୍ଗନ ଦିବସ (Cow Hug Day)’ ଭାବେ ପାଳନ କରିବାକୁ ଲୋକଙ୍କୁ ଯେଉଁ ଅପିଲ କରାଯାଇଥିଲା ସରକାର ତାହାକୁ ପ୍ରତ୍ୟାହାର କରିନେଇଛନ୍ତି । ଭାରତୀୟ ପଶୁ କଲ୍ୟାଣ ବୋର୍ଡ (ଏଡବ୍ଲୁବିଆଇ) ଏ ସମ୍ପର୍କରେ ଶୁକ୍ରବାର ଏକ ନୋଟିସ ଜାରି କରି ଏହି ଘୋଷଣା କରିଛି । ଏହାପୂର୍ବରୁ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟର ପଶୁପାଳନ ଏବଂ ଦୁଗ୍ଧ ବିଭାଗ ଅଧୀନରେ ଆସୁଥିବା ପଶୁ କଲ୍ୟାଣ ବୋର୍ଡ ଫେବୃଆରୀ ୧୪ରେ ‘ଗୋ ଆଲିଙ୍ଗନ ଦିବସ’ ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ଅପିଲ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ ଫେବୃଆରୀ ୧୪କୁ ସମଗ୍ର ବିଶ୍ୱରେ ‘ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ ଭାବେ ପାଳନ କରାଯାଏ । ତେବେ ଭାରତୀୟ ପଶୁ କଲ୍ୟାଣ ବୋର୍ଡ ଏହି ଦିନ ‘ଗୋ ଆଲିଙ୍ଗନ ଦିବସ’ ଭାବେ ପାଳନ କରିବାକୁ ଲୋକଙ୍କୁ ଆହ୍ବାନ କରିଥିଲା । ସରକାରଙ୍କ ଏଭଳି ନିଷ୍ପତ୍ତିକୁ କିଛି ବିରୋଧୀ ଦଳ ସମାଲୋଚନା କରିଥିଲେ । ସୋସିଆଲ ମିଡିଆରେ ଏନେଇ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।

Comments are closed.