ଜୁନରେ ଜିଏସଟି ସଂଗ୍ରହ ୧.୪୪ ଲକ୍ଷ କୋଟି

ନୂଆଦିଲ୍ଲୀ: ଜୁନ୍ ମାସରେ ୧,୪୪,୬୧୬ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି। ଏପ୍ରିଲ୍ ୨୦୨୨ରେ ଜିଏସଟି ସଂଗ୍ରହ ୧,୬୭,୫୪୦ କୋଟି ଟଙ୍କା ଥିଲା । ଏହା ପରେ ଜୁନ୍ ପାଇଁ ଏହି ସଂଖ୍ୟା ଦ୍ୱିତୀୟ ସର୍ବାଧିକ । ଗତ ବର୍ଷ ଜୁନ୍ ୨୦୨୧ ତୁଳନାରେ ଜିଏସଟି ସଂଗ୍ରହରେ ୫୬ ପ୍ରତିଶତ ବୃଦ୍ଧି ପାଇଛି । ମୋଟ ସଂଗ୍ରହ ମଧ୍ୟରୁ ସିଜିଏସଟି ୨୫,୩୦୬ କୋଟି ଏବଂ ଏସଜିଏସଟି ୩୨,୪୦୬ କୋଟି ଟଙ୍କା । ଆଇଜିଏସଟି ସଂଗ୍ରହ ୭୫,୮୮୭ କୋଟି ଟଙ୍କା ହୋଇଛି, ଯେଉଁଥିରେ ୪୦,୧୦୨ କୋଟି ଆମଦାନୀ ସାମଗ୍ରୀରୁ ଆଦାୟ ହୋଇଥିବା ବେଳେ ​ ସେସ୍ ସଂଗ୍ରହ ହେଉଛି ୧୧,୦୧୮ କୋଟି ଟଙ୍କା ।

Comments are closed.