ହାୱାଇ ଜଙ୍ଗଲରେ ଭୟଙ୍କର ନିଆଁ, ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି

ଓ୍ୱାଶିଂଟନ: ଆମେରିକାର ହାୱାଇ ଦ୍ୱୀପର ମାଉଇ କାଉଣ୍ଟି ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ୬୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ନିଆଁରେ ଐତିହାସିକ ସହର ଲହାଇନା ଛାରଖାର ହୋଇଯାଇଛି |

ଶତାଧିକ ଲୋକ ନିଖୋଜ ହୋଇଯାଇଥିବା ସୂଚନା ରହିଛି । ଆମେରିକାର ଇତିହାସରେ ଏହା ସବୁଠାରୁ ବଡ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି |

ନିଆଁ ଭୟଙ୍କର ରୂପ ନେଉଛି। ଏହି ସମୟରେ ସ୍ଥାନୀୟ ବାସିନ୍ଦା ଶୁକ୍ରବାର କ୍ଷୟକ୍ଷତିର ଆକଳନ କରିବାକୁ କିଛି ସମୟ ପାଇଁ ଘରକୁ ଫେରିବାକୁ ଅନୁମତି ପାଇଥିଲେ।

କିଛି ଦିନ ତଳେ ହାଓ୍ବାଇ ଜଙ୍ଗଲରେ ଲାଗିଥିବା ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା । ଐତିହାସିକ ସହର ଲାହାଇନା ମଧ୍ୟ ଏହି ଭୟଙ୍କର ନିଆଁ କବଳରେ ଆସିବାରୁ ବ୍ୟାପକ ଧନଜୀବନ ହାନି ହୋଇଛି।

ସହରରେ ରାତି ୧୦ ଟାରୁ ସକାଳ ୮ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। କେବଳ ରିଲିଫ ଏବଂ ଉଦ୍ଧାର କର୍ମଚାରୀଙ୍କୁ ସହରର କିଛି ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।

ଜଙ୍ଗଲ ନିଆଁ ଯୋଗୁଁ ପଶ୍ଚିମ ମାଉଇ ଦ୍ବୀପ ଓ ଲାହାଇନା ସହରରେ ଜଳ ଓ ବିଜୁଳି ଯୋଗାଣ ଠପ୍ ହୋଇପଡ଼ିଛି | ନିଖୋଜ ଲୋକଙ୍କ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed.