ନୂଆ ଭାରିଆଣ୍ଟ 'ଏକ୍ସଇ' ନେଇ ଯାଞ୍ଚ୍ କଡ଼ାକଡ଼ି କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ | News Room Odisha

ନୂଆ ଭାରିଆଣ୍ଟ ‘ଏକ୍ସଇ’ ନେଇ ଯାଞ୍ଚ୍ କଡ଼ାକଡ଼ି କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଏକ୍ସଇ’ କୁ ନେଇ ଯାଞ୍ଚ୍ କଡ଼ାକଡ଼ି କରିବା ଏବଂ ସତର୍କତା ବୃଦ୍ଧି କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ଭାରିଆଣ୍ଟ ‘ଏକ୍ସଇ’ ଉପରେ ଦେଶର ପ୍ରମୁଖ ବିଶେଷଜ୍ଞଙ୍କ ବୈଠକରେ ମାଣ୍ଡଭୀୟ ଅଧ୍ୟକ୍ଷତା କରିଥିଲେ।

ମନ୍ତ୍ରଣାଳୟ ଦ୍ବାରା ଜାରି ଏକ ବିବୃତ୍ତି ଅନୁଯାୟୀ, ସେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ଟିକା ଏବଂ ଔଷଧର ଉପଲବ୍ଧତାକୁ ନିରନ୍ତର ସମୀକ୍ଷା କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି। ଟିକାକରଣ ଅଭିଯାନର ସମ୍ପୂର୍ଣ୍ଣ ଗତି ଏବଂ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କ ପ୍ରତିରୋପଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡକ୍ଟର ଭି.କେ ପାଲ, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମହାନିର୍ଦ୍ଦେଶକ ଡଃ ବଳରାମ ଭାର୍ଗବ ଟିକାକରଣ ଉପରେ ଜାତୀୟ ପରାମର୍ଶଦାତା ଗୋଷ୍ଠୀର ମୁଖ୍ୟ ଡଃ ଆରୋରା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।