ଇସ୍ରାଏଲ ସଙ୍କଟ: ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି | News Room Odisha

ଇସ୍ରାଏଲ ସଙ୍କଟ: ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

ତେଲ ଅଭିଭ୍: ଇସ୍ରାଏଲ ଉପରେ ହମାସ୍ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାଲେଷ୍ଟାଇନରେ ରମାଲ୍ଲାସ୍ଥିତ ଭାରତ ସରକାରଙ୍କ ପ୍ରତିନିଧୀ କାର୍ଯ୍ୟାଳୟ ସମସ୍ତ ଭାରତୀୟ ନାଗରିକଙ୍କୁ ଜରୁରୀକାଳୀନ ପରିସ୍ଥିତିରେ କିମ୍ବା କୌଣସି ସହାୟତା ଆବଶ୍ୟକ ପଡ଼ିଲେ କାର୍ଯ୍ୟାଳୟ ସହିତ ସିଧାସଳଖ ଯୋଗାଯୋଗ କରିବାକୁ କହିଛନ୍ତି। ଭାରତ ପ୍ରତିନିଧୀ କାର୍ଯ୍ୟାଳୟ ଏଥିପାଇଁ ୨୪ ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି |

ପାଲେଷ୍ଟାଇନରେ ଭାରତର ପ୍ରତିନିଧୀ କାର୍ଯ୍ୟାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଦୁଇଟି ନମ୍ବର୍ ଜାରି କରିଛନ୍ତି – ଜୱାଲ: ୦୫୯୨-୯୧୬୪୧୮, ହ୍ବାଟସଆପ୍: +୯୭୦-୫୯୨୯୧୬୪୧ ।

ଏହି ସମୟରେ ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ଶନିବାର ନାଗରିକମାନଙ୍କୁ ସତର୍କ ରହିବା ସହ ସୁରକ୍ଷା ପ୍ରୋଟୋକଲ ପାଳନ କରିବାକୁ ପରାମର୍ଶ ଦେଇଛି।