न्यूज़रूम ओडिशा
ब्रेकिंग
ओडिया समाचार

ବସ୍‌ରେ ନିଆଁ ଲାଗି ୧୦ ଜୀବନ୍ତ ଦଗ୍ଧ

ଚଣ୍ଡିଗଡ଼: ହରିୟାଣାରେ ଏକ ଦୁଃଖଦ ଘଟଣା କ୍ରମେ ଏକ ଚଳନ୍ତା ବସରେ ନିଆଁ ଲାଗି ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୧:୩୦ ମିନିଟରେ କୁଣ୍ଡଲି-ମାନେସର-ପାଲୱାଲ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଥିଲା। ଏହି ହୃଦୟ ବିଦାରକ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି | ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ୨ ଜଣ ଆଖି ବୁଜିଥିଲେ। ଆହତ ଯାତ୍ରୀଙ୍କ [...]

Admin•18 मई 2024
Share Article:

ଚଣ୍ଡିଗଡ଼: ହରିୟାଣାରେ ଏକ ଦୁଃଖଦ ଘଟଣା କ୍ରମେ ଏକ ଚଳନ୍ତା ବସରେ ନିଆଁ ଲାଗି ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୧:୩୦ ମିନିଟରେ କୁଣ୍ଡଲି-ମାନେସର-ପାଲୱାଲ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଥିଲା। ଏହି ହୃଦୟ ବିଦାରକ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି | ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ୨ ଜଣ ଆଖି ବୁଜିଥିଲେ।

ଆହତ ଯାତ୍ରୀଙ୍କ କହିବାନୁସାରେ ଏହି ଦୁର୍ଘଟଣା ହରିୟାଣା ନୁହ ଜିଲ୍ଲାର ତାୱଡୁ ଗ୍ରାମ ନିକଟରେ ଘଟିଥିଲା। ବସ୍‌ରେ ୬୪ ଜଣ ଲୋକ ଥିଲେ। ଏମାନେ ସମସ୍ତେ ସମ୍ପର୍କୀୟ ଏବଂ ପଞ୍ଜାବ-ଚଣ୍ଡିଗଡ଼ର ବାସିନ୍ଦା। ସେମାନେ ମଥୁରା-ବୃନ୍ଦାବନ ତୀର୍ଥ ସାରି ଫେରୁଥିଲେ। ନିଆଁକୁ ଦେଖି ସ୍ଥାନୀୟ ଲୋକ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକ ନିଜେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।

ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ଅଧିକାଂଶ ଆହତଙ୍କୁ ନହ୍ଲର ସ୍ଥିତ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

#Odia#Odisha#News
Share Article:

Related Articles