ବିଏମସିରେ ନୂଆ କମିଶନର
ଭୁବନେଶ୍ବର- ଆଜି ଅପରାହ୍ନରେ ଭୁବନେଶ୍ବର ମହାନଗର ନିଗମରେ ନୂଆ କମିଶନର ଭାବେ ଯୋଗଦେଇଛନ୍ତି ଆଇଏଏସ ରାଜେଶ ପ୍ରଭାକର ପାଟିଲ । ବରିଷ୍ଠ ପ୍ରାଶାସନିକ ଅଧିକାରୀ ଭାବେ ପାଟିଲ ବର୍ତ୍ତମାନ ରାଜ୍ୟ ସରକରଙ୍କର ସମବାୟ ବିଭାଗର ଆୟୁକ୍ତ ତଥା ସଚିବ ଅଛନ୍ତି । ଏହା ସାଙ୍ଗକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବଭାବେ ଅତିରିକ୍ତ ଦାୟିତ୍ଵ ତୁଲାଉଛନ୍ତି । ତେବେ ସରକାରଙ୍କ ଉପରୋକ୍ତ ଦାୟିତ୍ବ ସାଙ୍ଗକୁ ସେ ବିଏମସି କମିଶନର ଭାବେ ଯୋଗ ଦେଇଛନ୍ତି [...]
ଭୁବନେଶ୍ବର- ଆଜି ଅପରାହ୍ନରେ ଭୁବନେଶ୍ବର ମହାନଗର ନିଗମରେ ନୂଆ କମିଶନର ଭାବେ ଯୋଗଦେଇଛନ୍ତି ଆଇଏଏସ ରାଜେଶ ପ୍ରଭାକର ପାଟିଲ ।
ବରିଷ୍ଠ ପ୍ରାଶାସନିକ ଅଧିକାରୀ ଭାବେ ପାଟିଲ ବର୍ତ୍ତମାନ ରାଜ୍ୟ ସରକରଙ୍କର ସମବାୟ ବିଭାଗର ଆୟୁକ୍ତ ତଥା ସଚିବ ଅଛନ୍ତି । ଏହା ସାଙ୍ଗକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବଭାବେ ଅତିରିକ୍ତ ଦାୟିତ୍ଵ ତୁଲାଉଛନ୍ତି । ତେବେ ସରକାରଙ୍କ ଉପରୋକ୍ତ ଦାୟିତ୍ବ ସାଙ୍ଗକୁ ସେ ବିଏମସି କମିଶନର ଭାବେ ଯୋଗ ଦେଇଛନ୍ତି । ଏହି ଦାୟିତ୍ଵ ନେଲାପରେ ନୂତନ କମିଶନର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ ଏବଂ ଅଧିକାରୀମାନଙ୍କ ଦାୟିତ୍ବ ବାବଦରେ ସଂକ୍ଷିପ୍ତ ଆଲୋଚନା କରିଥିଲେ । ଅଧିକାରୀମାନଙ୍କ ସହିତ କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗ ବୁଲି ଦେଖିଥିଲେ ।
ଅତୀତରେ ବିଭିନ୍ନ ପଦବୀରେ ଦକ୍ଷତାର ସହିତ କାର୍ଯ୍ୟକରି ଆସିଥିବା ପାଟିଲ୍ କହିଛନ୍ତି ଯେ , ସମସ୍ତେ ମିଳିମିଶି ନିଜର ଦାୟିତ୍ବ ତୁଲାନ୍ତୁ । ବିଏମସି ଏକ ପରିବାର ଭଳି, ଆମମାନଙ୍କର କାର୍ଯ୍ୟ ଭୁବନେଶ୍ବରବାସୀଙ୍କୁ ପ୍ରଭାବିତ କରୁ । ନାଗରିକଙ୍କ ଆବଶ୍ୟକତାକୁ ଭିତ୍ତି କରି ଯେଉଁସବୁ କାର୍ଯ୍ୟ ସରକାରଙ୍କ ତରଫରୁ କରାଯାଉଛି ତାହାର ଉତ୍ତମ ରୂପାୟନ ନିମନ୍ତେ ସମସ୍ତେ କାର୍ଯ୍ୟକରନ୍ତୁ ବୋଲି ସେ କହିଛନ୍ତି ।
Rajesh Patil Takes Charge as New BMC Commissioner
Next ArticleCM Naveen Elaborates Odisha’s Remarkable Transformation in Multiple Fields at ‘India Today’ Conclave
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
