न्यूज़रूम ओडिशा
ब्रेकिंग
ओडिया समाचार

ପଶ୍ଚିମବଙ୍ଗରେ ରାମନବମୀ ଶୋଭାଯାତ୍ରା ବେଳେ ହିଂସା, ୨୦ ଆହତ

କୋଲକାତା: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରା ବେଳେ ହିଂସା ଘଟିଛି । ହିଂସାରେ ୨୦ ଜଣ ଆହତ ହୋଇଛନ୍ତି। ମୁର୍ସିଦାବାଦ ଜିଲ୍ଲାର ଶକ୍ତିପୁର ଅଞ୍ଚଳରେ ରାମନବମୀ ଶୋଭାଯାତ୍ରା ସମୟରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଜଣେ ମହିଳା ଆହତ ହୋଇଛନ୍ତି। ଏହାଛଡ଼ା କିଛି ଲୋକ ଛାତ ଉପରୁ ରାମ ନବମୀ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିଥିଲେ । ଏହାର ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ [...]

Admin•18 अप्रैल 2024
Share Article:

କୋଲକାତା: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରା ବେଳେ ହିଂସା ଘଟିଛି । ହିଂସାରେ ୨୦ ଜଣ ଆହତ ହୋଇଛନ୍ତି। ମୁର୍ସିଦାବାଦ ଜିଲ୍ଲାର ଶକ୍ତିପୁର ଅଞ୍ଚଳରେ ରାମନବମୀ ଶୋଭାଯାତ୍ରା ସମୟରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଜଣେ ମହିଳା ଆହତ ହୋଇଛନ୍ତି। ଏହାଛଡ଼ା କିଛି ଲୋକ ଛାତ ଉପରୁ ରାମ ନବମୀ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିଥିଲେ । ଏହାର ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା।

ପୋଲିସ ଅଧିକାରୀ କହିଛନ୍ତି, ବୁଧବାର ସନ୍ଧ୍ୟାରେ ମୁରସିଦାବାଦ ଜିଲ୍ଲାର ଶକ୍ତିପୁରରେ ରାମ ନବମୀ ଶୋଭାଯାତ୍ରାରେ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳା ଆହତ ହୋଇଛନ୍ତି । ଏହି ବିସ୍ଫୋରଣର ତଦନ୍ତ କରାଯାଉଛି। ଆହତ ମହିଳାଙ୍କୁ ମୁର୍ସିଦାବାଦ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣର କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ହିଂସା ପାଇଁ ବିଜେପି ଓ ରାଜ୍ୟର ଶାସକ ତୃଣମୂଳ କଂଗ୍ରେସ ପରସ୍ପରକୁ ଦାୟୀ କରିଛନ୍ତିି।

#Odia#Odisha#News
Share Article:

Related Articles