न्यूज़रूम ओडिशा
ब्रेकिंग
ओडिया समाचार

ବଢୁଛି ପାରଦ : ସାଢେ ୧୧ ସୁଦ୍ଧା ୫ ସହରର ତାପମାତ୍ରା ୩୫ ଉପରେ, ଭୁବନେଶ୍ୱର ଉତ୍ତପ୍ତ

ଭୁବନେଶ୍ୱର – ରାଜ୍ୟରେ ଆଜି ବି ଏକ ଅସହ୍ୟ ଗରମ ଦିନ ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସାଢେ ୧୧ଟା ସୁଦ୍ଧା ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରହିଛି । ଏହି ସମୟ ସୁଦ୍ଧା ରାଜଧାନୀ ଭୁବନେଶ୍ବର ଥିଲା ରାଜ୍ୟର ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା ୩୭ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୩୭,ଝାରସୁଗୁଡାରେ ୩୬.୬, ବାଲେଶ୍ୱରରେ ୩୫.୮, ରାଉରକେଲାରେ [...]

Admin•14 अप्रैल 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଆଜି ବି ଏକ ଅସହ୍ୟ ଗରମ ଦିନ ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସାଢେ ୧୧ଟା ସୁଦ୍ଧା ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରହିଛି ।

ଏହି ସମୟ ସୁଦ୍ଧା ରାଜଧାନୀ ଭୁବନେଶ୍ବର ଥିଲା ରାଜ୍ୟର ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା ୩୭ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୩୭,ଝାରସୁଗୁଡାରେ ୩୬.୬, ବାଲେଶ୍ୱରରେ ୩୫.୮, ରାଉରକେଲାରେ ୩୫.୪, ପାରାଦୀପରେ ୩୫.୧, କେନ୍ଦୁଝରରେ ୩୪.୬, ସମ୍ବଲପୁରରେ ୩୪.୬, ଗୋପାଳପୁରରେ ୩୪.୪,ହୀରାକୁଦରେ ୩୪.୩ ଓ
ପୁରୀ ୩୪.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

#Odia#Odisha#News
Share Article:

Related Articles