न्यूज़रूम ओडिशा
ब्रेकिंग
ओडिया समाचार

ନିର୍ବାଚନ ପ୍ରସ୍ତୁତି: ବ୍ରହ୍ମପୁର ଓ ଆସ୍କା ସଂସଦୀୟ କ୍ଷେତ୍ରର ସମୀକ୍ଷା କଲେ ନବୀନ

ଭୁବନେଶ୍ୱର – ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ବିଜେଡି ପକ୍ଷରୁ ସଂସଦୀୟ କ୍ଷେତ୍ରୱ।ରୀ ସମୀକ୍ଷା ଜାରି ରହିଛି। ଆଜି ପ୍ରଥମେ ଦଳର ସଭାପତି ନବୀନ ପଟ୍ଟନାୟକ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି। ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସମୀକ୍ଷା ପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ଆସନ ନେଇ ଆଲୋଚନା ହୋଇଛି। ସବୁ ନିର୍ବାଚନମଣ୍ଡଳୀରେ କିଭଳି [...]

Admin•21 मार्च 2024
Share Article:

ଭୁବନେଶ୍ୱର – ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ବିଜେଡି ପକ୍ଷରୁ ସଂସଦୀୟ କ୍ଷେତ୍ରୱ।ରୀ ସମୀକ୍ଷା ଜାରି ରହିଛି। ଆଜି ପ୍ରଥମେ ଦଳର ସଭାପତି ନବୀନ ପଟ୍ଟନାୟକ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି।

ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସମୀକ୍ଷା ପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ଆସନ ନେଇ ଆଲୋଚନା ହୋଇଛି। ସବୁ ନିର୍ବାଚନମଣ୍ଡଳୀରେ କିଭଳି ବିଜୟ ହେବ ସେନେଇ ଆଲୋଚନା କରାଯାଇଛି।

ଆସ୍କା ଲୋକସଭା କ୍ଷେତ୍ରର ମଧ୍ୟ ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ । ସମୀକ୍ଷା ଶେଷ ହେବାପରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କହିଛନ୍ତି ଯେ, ବୈଠକରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଛି। ଲୋକସଭା ଓ ସମସ୍ତ ବିଧାନସଭାରେ କିଭଳି ଭାବେ ସଂଗଠନ ସୁଦୃଢ ହେବ, ସେ ଦିଗରେ ବି ଆଲୋଚନା କରାଯାଇଛି।

ଆଜିର ସମୀକ୍ଷା ବୈଠକରେ ସଭାପତି ନବୀନ ପଟ୍ଟନାୟକଙ୍କ ସହ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ, ବରିଷ୍ଠ ନେତା ସସ୍ମିତ ପାତ୍ର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, ଚିକିଟି ବିଧାୟିକା ଉଷା ଦେବୀ, ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ, ବିଜେଡି ନେତା ସୁବାସ ମହାରଣା, ବିପ୍ଳବ ପାତ୍ର, ନାରାୟଣ ଜେନା, ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles