न्यूज़रूम ओडिशा
ब्रेकिंग
ओडिया समाचार

ପୁରୀ-ଗୁଣୁପୁର ଟ୍ରେନରେ ଅଗ୍ନିକାଣ୍ଡ

ପାରଳାଖେମୁଣ୍ଡି: ପୁରୀରୁ ଗୁଣପୁର ଯାଉଥିବା ଟ୍ରେନରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଗଜପତି ଜିଲ୍ଲା କାଶୀନଗର ରେଳଷ୍ଟେସନ୍ ଠାରେ ଘଟିଛି। ଟ୍ରେନର ଏକ ବଗିରେ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା। ଟ୍ରେନ କାଶୀନଗର ଷ୍ଟେସନ୍ ଠାରେ ପହଞ୍ଚିଥିବା ବେଳେ କୌଣସି କାରଣରୁ ଏକ ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଉଠିଥିଲେ। ତେବେ ରେଳ କର୍ମଚାରୀମାନେ ନିଆଁକୁ ତୁରନ୍ତ ଆୟତ୍ତ କରି ନେଇଥିଲେ। କେହି ଏହାକୁ ଯାନ୍ତ୍ରିକ [...]

Admin•6 अप्रैल 2024
Share Article:

ପାରଳାଖେମୁଣ୍ଡି: ପୁରୀରୁ ଗୁଣପୁର ଯାଉଥିବା ଟ୍ରେନରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଗଜପତି ଜିଲ୍ଲା କାଶୀନଗର ରେଳଷ୍ଟେସନ୍ ଠାରେ ଘଟିଛି। ଟ୍ରେନର ଏକ ବଗିରେ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା। ଟ୍ରେନ କାଶୀନଗର ଷ୍ଟେସନ୍ ଠାରେ ପହଞ୍ଚିଥିବା ବେଳେ କୌଣସି କାରଣରୁ ଏକ ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଉଠିଥିଲେ। ତେବେ ରେଳ କର୍ମଚାରୀମାନେ ନିଆଁକୁ ତୁରନ୍ତ ଆୟତ୍ତ କରି ନେଇଥିଲେ। କେହି ଏହାକୁ ଯାନ୍ତ୍ରିକ ତ୍ରୁଟି ବୋଲି କହୁଛନ୍ତି ତ କେହି କୋଚ୍ ମଧ୍ୟରେ କପଡ଼ାରୁ ନିଆଁ ଲାଗି ଏପରି ଘଟିଥିବା କହୁଛନ୍ତି। ତେବେ ରେଳ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଫଳରେ ସମସ୍ତ ଯାତ୍ରୀ ଅଳ୍ପକେ ବଡ଼ ଅଘଟଣକୁ ବର୍ତ୍ତିଯାଇଛନ୍ତି। କୌଣସି ବିଶେଷ ଜନଧନ କ୍ଷତି ହୋଇନି।

ଟ୍ରେନ୍ ନିର୍ଦ୍ଧାରିତ ସମୟ ଠାରୁ ବେଶ୍ ବିଳମ୍ବରେ କାଶୀନଗର ଠାରେ ପହଞ୍ଚିଥିଲା। ତେଣେ ଏହି ଅଘଟଣ ପରେ ଆହୁରି ବିଳମ୍ବ ହୋଇ ପ୍ରାୟ ମଧ୍ୟ ରାତ୍ରୀରେ ଟ୍ରେନ୍ ନିଜ ଅନ୍ତିମ ଗନ୍ତବ୍ୟ ପଥ ଅର୍ଥାତ୍ ଗୁଣପୁର ଠାରେ ପହଞ୍ଚିଥିଲା। ଯାତ୍ରୀମାନେ ବିଳମ୍ବ କାରଣରୁ ନାନାଦି ସମସ୍ୟାର ସମ୍ମୁଖୀନ ହୋଇଥିଲେ। କ୍ଷତିଗ୍ରସ୍ତ ବଗିକୁ ମରାମତି କରି ଟ୍ରେନକୁ କାଶୀନଗର ଠାରୁ ଗୁଣପୁର ଅଭିମୁଖେ ଛଡ଼ା ଯାଇଥିଲା। ଟ୍ରେନଟି ଷ୍ଟେସନରେ ଅଟକିଥିବା ସମୟରେ ଏପରି ଘଟିବାରୁ ତୁରନ୍ତ ଆୟତ୍ତ କରିବା ସମ୍ଭବପର ହୋଇଥିଲା। ନଚେତ୍ ଆହୁରି ବଡ଼ ଅଘଟଣ ଘଟିଥାନ୍ତା। ରେଳ କର୍ମଚାରୀଙ୍କ ତ୍ବରିତ ପଦକ୍ଷେପକୁ ଯାତ୍ରୀମାନେ ପ୍ରଶଂସା କରିଛନ୍ତି।

#Odia#Odisha#News
Share Article:

Related Articles