ଓଡ଼ିଶାରେ ଚଳିତବର୍ଷ ଫେବ୍ରୁଆରୀରେ ରେକର୍ଡ ଜିଏସଟି ସଂଗ୍ରହ
କଟକ – ଚଳିତବର୍ଷ ଫେବ୍ରୁଆରୀ ମାସରେ ଓଡ଼ିଶାରେ ମୋଟ ଜିଏସଟି ବାବଦ ୫୧୩୫.୮୯ କୋଟି ଟଙ୍କା ଆଦାୟ ହୋଇଛି , ଯାହା କି ଏଯାବତ ସର୍ବାଧିକ ମୋଟ ଜିଏସଟି ସଂଗ୍ରହ । ୨୦୨୩ ମସିହା ଫେବ୍ରୁଆରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୫୧୯.୩୫ କୋଟି ଟଙ୍କା । ତେଣୁ ଏ କ୍ଷେତ୍ରରେ ୧୩.୬୪ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇ ପାରିଛି । ଚଳିତ ଆର୍ଥିକ ବର୍ଷର ଫେବ୍ରୁଆରୀ ମାସ ସୁଦ୍ଧା ହୋଇଥିବା ମୋଟ ଜିଏସଟି ସଂଗ୍ରହ [...]
କଟକ – ଚଳିତବର୍ଷ ଫେବ୍ରୁଆରୀ ମାସରେ ଓଡ଼ିଶାରେ ମୋଟ ଜିଏସଟି ବାବଦ ୫୧୩୫.୮୯ କୋଟି ଟଙ୍କା ଆଦାୟ ହୋଇଛି , ଯାହା କି ଏଯାବତ ସର୍ବାଧିକ ମୋଟ ଜିଏସଟି ସଂଗ୍ରହ । ୨୦୨୩ ମସିହା ଫେବ୍ରୁଆରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୫୧୯.୩୫ କୋଟି ଟଙ୍କା । ତେଣୁ ଏ କ୍ଷେତ୍ରରେ ୧୩.୬୪ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇ ପାରିଛି । ଚଳିତ ଆର୍ଥିକ ବର୍ଷର ଫେବ୍ରୁଆରୀ ମାସ ସୁଦ୍ଧା ହୋଇଥିବା ମୋଟ ଜିଏସଟି ସଂଗ୍ରହ ପରିମାଣକୁ ବିଚାରକୁ ନେଲେ ଦେଖାଯିବ ଯେ , ଏ କ୍ଷେତ୍ରରେ ଗତ ଆର୍ଥିକ ବର୍ଷ ତୁଳନାରେ ୧୧ ଦଶମିକ ୦୭ ପ୍ରତିଶତ ଅଭିବୃଦ୍ଧି ସହ ୪୯୫୩୮ , ୬୪ କୋଟି ଟଙ୍କା ସଂଗୃହୀତ ହୋଇଛି । ସେହିପରି ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଚଳିତ ବର୍ଷ ଫେବୃଆରୀ ମାସରେ ଓଡ଼ିଶା ୨୨୯୫.୪୧ କୋଟି ଟଙ୍କା ପାଇଥିବାବେଳେ ଗତବର୍ଷ ଫେବୃଆରୀ ମାସରେ ରାଜ୍ୟ ସଂଗ୍ରହ କରିଥିଲା ୧୬୭୩.୯୬ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୭.୧୨ ପ୍ରତିଶତ ।
ବଳିତ ଆର୍ଥିକ ବର୍ଷ ଫେବୃଆରୀ ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ବିତ କିଏସଟି ବାବଦକୁ ପୁରା ସଂଗ୍ରହ ପରିମାଣ ୨୧୮୪୬.୫୫ କୋଟି ଟଙ୍କା ରହିଥିବା ବେଳେ ଗତ ଆର୍ଥିକ ବର୍ଷର ଫେବୃଆରୀ ମାସ ସୁଦ୍ଧା ଏହି ସଂଗ୍ରହ ରାଶି ଥିଲା ୧୬୭୧୦.୩୪ କୋଟି ଟଙ୍କା । ଫଳରେ ଏ ବାବଦରେ ୩୦.୭୪ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇ ପାରିଛି । ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ଦ୍ବାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯଥା ରାଜ୍ୟ ଜିଏସଟି / ସମନ୍ବିତ ଜିଏସଟି ଫଇସଲା , ଭାଗ , ବୁଲିଗତ କରି ଆଦିକୁ ଯଦି ବିଚାରକୁ ନିଆଯାଏ , ତେବେ ଦେଖାଯିବ ଯେ ଚଳିତ ଆର୍ଥିକ ବର୍ଷ ଫେବୃଆରୀ ମାସରେ ଏ ସମସ୍ତ ଟିକସ ବ୍ୟବସ୍ଥା ଅଧୀନରେ ୩୪୭୦.୭୫ କୋଟି ଟଙ୍କା ସଂଗୃହୀତ ହୋଇଛି । ଗତ ବର୍ଷ ଫେବୃଆରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୭୬୫ , ୪୪ କୋଟି ଟଙ୍କା । ଫଳରେ ଏଥିରେ ୨୫.୫୦ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷ ଫେବୃଆରୀ ମାସ ସୁଦ୍ଧା ଉପରୋକ୍ତ ସମସ୍ତ ଟିକସ ବ୍ୟବସ୍ଥାରେ ହୋଇଥିବା ସଂଗ୍ରହ ପରିମାଣ ୩୨୮୦୭.୬୭ କୋଟି ଟଙ୍କା ଥିବାବେଳେ ଗତବର୍ଷ ଫେବୃଆରୀ ମାସ ସୁଦ୍ଧା ହୋଇଥିବା ସଂଗ୍ରହ ପରିମାଣ ତୁଳନାରେ ଏହା ୨୦.୮୪ ପ୍ରତିଶତ ଅଧିକ । ୨୦୨୪ ମସିହା ଫେବୃଆରୀ ମାସରେ ୨୩.୭୭ ଲକ୍ଷ ସଂଖ୍ୟକ ଇ – ୱେବିଲ ନିର୍ଗମନ କରାଯାଇଥିବାବେଳେ ୨୦୨୩ ମସିହା ଫେବୃଆରୀ ମାସରେ ଏହି ସଂଖ୍ୟା ଥିଲା ୧୯.୮୬ ଲକ୍ଷ । ଫଳରେ ଏଥିରେ ୧୯.୬୯ ପ୍ରତିଶତ ଅଭିବୃଦ୍ଧି ଘଟିଛି , ଯାହା କି ରାଜ୍ୟରେ ଦେଖା ଦେଇଥିବା ଦୁବ ବାଣିଜ୍ୟିକ ଗତିବିଧିକୁ ସୂଚିତ କରୁଛି । ପୁନଶ୍ଚ ଜଣା ଯାଇଛି ଯେ , ୨୦୨୪ ମସିହା ଫେବୃଆରୀ ମାସରେ ନିର୍ଗମନ ହୋଇଥିବା ୱେବିଲ ମଧ୍ୟରୁ ୧୪.୦୬ ଲକ୍ଷ ୱେବିଲ ଅନ୍ତଃରାଜ୍ୟ କାରବାର ପାଇଁ ବ୍ୟବହୃତ ହୋଇଥିବାବେଳେ ୯.୭୧ ଲକ୍ଷ ସଂଖ୍ୟକ ୱେବିଲ ଆନ୍ତଃରାଜ୍ୟ କାରବାର ପାଇଁ ବ୍ୟବହୃତ ହୋଇଛି ।
Chief Secy Reviews Administrative Preparedness for PM Modi’s Odisha Visit
Next ArticleOdisha’s Industrial Portfolio Expanding, Says CM; Launches 32 Industrial Projects worth Rs 6993 Cr
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
