न्यूज़रूम ओडिशा
ब्रेकिंग
ओडिया समाचार

ବ୍ରହ୍ମପୁର ଡ୍ରେନରେ ଭାସି ଶିଶୁ ମୃତ

ବ୍ରହ୍ମପୁର: ଭୁବନେଶ୍ବର ଘଟଣା ବ୍ରହ୍ମପୁରରେ ପୁନରାବୃତ୍ତି ହେଲା। ପ୍ରବଳ ବର୍ଷା ପରେ ଡ୍ରେନରେ ପାଣିର ପ୍ରଖର ସୁଅରେ ଜଣେ ନାବାଳକ କୈାଣସିମତେ ସେଥିରେ ଭାସି ଯାଇ ପ୍ରାଣ ହରାଇଛି। ବୁଧବାର ବିଳମ୍ୱିତ ସନ୍ଧ୍ୟାରେ ଲକ୍ଷ୍ମୀନୃସିଂହ ସାହି ୧୪ ନମ୍ବର ଗଳିରେ ଏହି ଅଘଟଣ ଘଟିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳ ନିକଟ ପଙ୍କରୁ ନାବାଳକର ମୃତ ଦେହ ଉଦ୍ଧାର କରିଛି। ନାବାଳକର ନାଁ ସାଇରାମ ପାତ୍ର (୧୧ ବର୍ଷ ବୟସ) ଓ ସେ ଡାଇମଣ୍ଡ ଟ୍ୟାଙ୍କ୍ ରୋଡସ୍ଥିତ ମା’ [...]

Admin•21 अगस्त 2024
Share Article:

ବ୍ରହ୍ମପୁର: ଭୁବନେଶ୍ବର ଘଟଣା ବ୍ରହ୍ମପୁରରେ ପୁନରାବୃତ୍ତି ହେଲା। ପ୍ରବଳ ବର୍ଷା ପରେ ଡ୍ରେନରେ ପାଣିର ପ୍ରଖର ସୁଅରେ ଜଣେ ନାବାଳକ କୈାଣସିମତେ ସେଥିରେ ଭାସି ଯାଇ ପ୍ରାଣ ହରାଇଛି।

ବୁଧବାର ବିଳମ୍ୱିତ ସନ୍ଧ୍ୟାରେ ଲକ୍ଷ୍ମୀନୃସିଂହ ସାହି ୧୪ ନମ୍ବର ଗଳିରେ ଏହି ଅଘଟଣ ଘଟିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳ ନିକଟ ପଙ୍କରୁ ନାବାଳକର ମୃତ ଦେହ ଉଦ୍ଧାର କରିଛି। ନାବାଳକର ନାଁ ସାଇରାମ ପାତ୍ର (୧୧ ବର୍ଷ ବୟସ) ଓ ସେ ଡାଇମଣ୍ଡ ଟ୍ୟାଙ୍କ୍ ରୋଡସ୍ଥିତ ମା’ ସରସ୍ଵତୀ ଶିଶୁମନ୍ଦିରର ଛାତ୍ର ଥିଲେ । ବାପାଙ୍କ ନାଁ ଶିବା ପାତ୍ର ଏବଂ ସେ ଜଣେ ଫ୍ରିଜ୍ ମେକାନିକ ବୋଲି ସୂଚନା ମିଳିଛି।

ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ହେଲେ ତାର ଜୀବନ ରକ୍ଷା ସମ୍ଭବପର ହୋଇପାରିଲା‌ନି।

#Odia#Odisha#News
Share Article:

Related Articles