न्यूज़रूम ओडिशा
ब्रेकिंग
ओडिया समाचार

ଏକକାଳୀନ ନିର୍ବାଚନ ସପକ୍ଷରେ ୮୧ ପ୍ରତିଶତ ଲୋକ

ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଧାରଣ ଲୋକଙ୍କ ଠାରୁ ମତାମତ ଲୋଡ଼ିଥିଲା । ଏନେଇ କମିଟିକୁ ପ୍ରାୟ ୨୧ ହଜାର ପ୍ରସ୍ତାବ ମିଳିଛି । ଏଥିମଧ୍ୟରୁ ୮୧ ପ୍ରତିଶତ ଲୋକ ଦେଶରେ ଏକକାଳୀନ ନିର୍ବାଚନକୁ ସମର୍ଥନ କରିଛନ୍ତି। ଏ ସମ୍ପର୍କରେ ଦେଶର ୪୬ଟି ରାଜନୈତିକ ଦଳମାନଙ୍କ ଠାରୁ ମଧ୍ୟ ପରାମର୍ଶ ନିଆଯାଇଥିବା କୁହାଯାଇଛି । କମିଟି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, [...]

Admin•22 जनवरी 2024
Share Article:

ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଧାରଣ ଲୋକଙ୍କ ଠାରୁ ମତାମତ ଲୋଡ଼ିଥିଲା । ଏନେଇ କମିଟିକୁ ପ୍ରାୟ ୨୧ ହଜାର ପ୍ରସ୍ତାବ ମିଳିଛି । ଏଥିମଧ୍ୟରୁ ୮୧ ପ୍ରତିଶତ ଲୋକ ଦେଶରେ ଏକକାଳୀନ ନିର୍ବାଚନକୁ ସମର୍ଥନ କରିଛନ୍ତି। ଏ ସମ୍ପର୍କରେ ଦେଶର ୪୬ଟି ରାଜନୈତିକ ଦଳମାନଙ୍କ ଠାରୁ ମଧ୍ୟ ପରାମର୍ଶ ନିଆଯାଇଥିବା କୁହାଯାଇଛି ।

କମିଟି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ଏପର୍ଯ୍ୟନ୍ତ ୧୭ଟି ରାଜନୈତିକ ଦଳଠୁ ପରାମର୍ଶ ଗ୍ରହଣ କରାଯାଇଛି। କଂଗ୍ରେସ ଏବଂ ଟିଏମସି ସହ ବିଭିନ୍ନ ବିରୋଧୀ ଦଳ ଏକକାଳୀନ ନିର୍ବାଚନକୁ ବିରୋଧ କରିଛନ୍ତି।

ଦେଶରେ ଏକକାଳୀନ ନିର୍ବାଚନ ପାଇଁ ଆଇନଗତ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଉପଯୁକ୍ତ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଜାନୁଆରୀ ୫ରେ ସାଧାରଣ ନାଗରିକଙ୍କ ଠାରୁ ମତାମତ ଆହ୍ବାନ କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବରରେ ଗଠିତ କୋବିନ୍ଦ ନେତୃତ୍ୱାଧୀନ କମିଟିର ତୃତୀୟ ବୈଠକ ରବିବାର ବସିଥିଲା । ବୈଠକ ପରେ କମିଟି କହିଛି, ଏକକାଳୀନ ନିର୍ବାଚନ ନେଇ କମିଟିକୁ ୨୦,୯୭୨ ପ୍ରସ୍ତାବ ମିଳିଛି । ସେଥିମଧ୍ୟରୁ ୮୧ ପ୍ରତିଶତ ଲୋକ ଏକକାଳୀନ ନିର୍ବାଚନକୁ ସମର୍ଥନ କରିଛନ୍ତି ।

#Odia#Odisha#News
Share Article:

Related Articles