ସାଲେପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: ତିନି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାର ରଖିଲେ ଉତ୍ତର
ଭୁବନେଶ୍ୱର – କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ସାଲେପୁରରେ ଆଜି ଦଳ ପାଇଁ ପ୍ରଚାର କରିଛନ୍ତି ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ । ଏକ ଜନସଭାରେ ସେ କହିଛନ୍ତି ଯେ, ସବୁ ପ୍ରଶ୍ନର ଉତ୍ତର ଗୋଟିଏ । ସେ ହେଉଛନ୍ତି ମୁଏ ନବୀନ ପଟ୍ଟନାୟକ । ଯେତେ ସବୁ ବିକାଶ ଓ କଲ୍ୟାଣ କାମ- ବିଏସକେୱ।ଆଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫-ଟି ସ୍କୁଲ, ମଧୁବାବୁ ପେନସନ- କିଏ କରିଛି? ସବୁର ଉତ୍ତର କେବଳ [...]
ଭୁବନେଶ୍ୱର – କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ସାଲେପୁରରେ ଆଜି ଦଳ ପାଇଁ ପ୍ରଚାର କରିଛନ୍ତି ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ । ଏକ ଜନସଭାରେ ସେ କହିଛନ୍ତି ଯେ, ସବୁ ପ୍ରଶ୍ନର ଉତ୍ତର ଗୋଟିଏ । ସେ ହେଉଛନ୍ତି ମୁଏ ନବୀନ ପଟ୍ଟନାୟକ । ଯେତେ ସବୁ ବିକାଶ ଓ କଲ୍ୟାଣ କାମ- ବିଏସକେୱ।ଆଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫-ଟି ସ୍କୁଲ, ମଧୁବାବୁ ପେନସନ- କିଏ କରିଛି? ସବୁର ଉତ୍ତର କେବଳ ନବୀନ ଓ ନବୀନ ବୋଲି ପାଣ୍ଡିଆନ କହିଥିଲେ। ପ୍ରଧାନମନ୍ତ୍ରୀ କହୁଛନ୍ତି ଚାଷୀଭାଇମାନେ ଏମଏସପି ୨୩୦୦ ଟଙ୍କା ପାଉଛନ୍ତି । କିନ୍ତୁ ସେମାନେ ୩୧୦୦ ଟଙ୍କା ପାଇବା କଥା । ଏମ୍ ଏସପି ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହେଁ । କିନ୍ତୁ ପ୍ରଧାନମନ୍ତ୍ରୀ ନିଜେ କହୁଛନ୍ତି ୩୧୦୦ ହେବା କଥା । ଏହାର ଅର୍ଥ କ’ଣ ବୋଲି ପାଣ୍ଡିଆନ କହିଥିଲେ। ପ୍ରଧାନମନ୍ତ୍ରୀ ଚାହିଁଥିଲେ ଗୋଟିଏ ମିନିଟ୍ରେ ଦେଇ ପାରିଥାନ୍ତେ । ମୁଖ୍ୟମନ୍ତ୍ରୀ ସବୁବେଳେ ଦାବି କରି ଆସିଛନ୍ତି ଏମ୍ଏସପି ବଢା ଯାଉ । କିନ୍ତୁ କେନ୍ଦ୍ର କେବେ ଶୁଣି ନାହିଁ । ବିଜେଡି ସରକାର ଧୀମା କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କୁ ବିନମ୍ରତାର ସହିତ କହିବେ ଯେ ଥରେ କଟକରୁ ସମ୍ବଲପୁର ଗାଡିରେ ଯାଆନ୍ତୁ, ତାଙ୍କ ସରକାରଙ୍କ କାର୍ଯ୍ୟ ଦକ୍ଷତାର ନମୁନା ପାଇଯିବେ ।
୧୦ ବର୍ଷ ହୋଇଗଲାଣି କାମ ସରୁନାହିଁ । ଏଇଟା କଣ ଡବଲ ଇଂଜିନର ସ୍ପିଡ୍ । ପ୍ରଧାନମନ୍ତ୍ରୀ କହିଲେ ଯେ ନବୀନ ପଟ୍ଟନାୟକ ସରକାର ସ୍ୱଚ୍ଛ ନୁହେଁ । ଏହା ହାସ୍ୟାସ୍ପଦ, ସାରା ପୃଥିବୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ବିଷୟ ଜାଣିଛି । ପ୍ରଧାନମନ୍ତ୍ରୀ ନିଜେ ଉଭୟ ରାଜ୍ୟସଭା ଓ ଲୋକସଭାରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି କହିଥିଲେ ଯେ ଯଦି ଜଣେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ସହ କାମ କରିନ୍ତି, ସେ ରାଜ୍ୟ ଉପରକୁ ଉଠିବ । ଆଜି କେବଳ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଏ କଥା କହୁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ପରିବାରର ସଦସ୍ୟ ବୋଲି ଭାବନ୍ତି । ରାଜନୀତି କି କ୍ଷମତା ପାଇଁ ସେ ଆସି ନାହାନ୍ତି । ସେ ଆସିଛନ୍ତି ସେବା କରିବା ପାଇଁ । ଜୁନ୍ ୯ରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଛାଡ କରିବେ, ଦ୍ୱିତୀୟ ଦସ୍ତଖତରେ ବିଏସକେ ୱଆଇ କାର୍ଡରେ ସମସ୍ତେ ସାମିଲ ହେବେ । ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ମା’ ମାନଙ୍କୁ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ ବ୍ୟବସ୍ଥା ।
ଯୋଉ ହାତ ଖାଇବାକୁ ଦେଉଛି, ସେ ହାତକୁ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ କାମୁଡୁଛନ୍ତି ବୋଲି ସେ ସମାଲୋଚନା କରିଥିଲେ । ସାଲେପୁର ମାଟି ହେଉଛି ଭାଇଚାରାର ମାଟି, ସାଲେପୁରକୁ ଏନ୍ଏସି ମାନ୍ୟତା ଦିଆଯାଇଛି ବୋଲି ପାଣ୍ଡିଆନ କହିଥିଲେ।
Odisha 2nd Phase Polls: 60.55 Per Cent Voter Turnout Recorded till 5 PM
Next Articleଛତ୍ରପୁର: ଟ୍ରକ୍ ନେଇଗଲା ଶଳା ଓ ଭିଣୋଇଙ୍କ ଜୀବନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
