ଓଡିଶା ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ଅଧିନିୟମ ସ୍ପଷ୍ଟୀକରଣ: ରେରା ପୂର୍ବରୁ ନିର୍ମିତ ଘରକୁ କିଣା ବିକା ଅନୁମତି
ଭୁବନେଶ୍ୱର: ଓଡିଶା ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ଅଧିନିୟମ ସଂପର୍କରେ ସ୍ପଷ୍ଠିକରଣ । ଏଣିକି ରେରା ପୂର୍ବରୁ ଆପାର୍ଟମେଂଟ ଘରକୁ କିଣା ବିକା ଅନୁମତି । ଏ ନେଇ ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ୨୦୧୭ ମସିହା ଫେବୃୟାରୀ ମାସ ୨୫ ତାରିଖ ପୂର୍ବରୁ ଯେଉଁ ସବୁ ଆପାର୍ଟମେଂଟ ନିର୍ମାଣ ହୋଇଛି ସେହି ସବୁ ଆପାର୍ଟମେଂଟ ଗୁଡିକ [...]
ଭୁବନେଶ୍ୱର: ଓଡିଶା ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ଅଧିନିୟମ ସଂପର୍କରେ ସ୍ପଷ୍ଠିକରଣ । ଏଣିକି ରେରା ପୂର୍ବରୁ ଆପାର୍ଟମେଂଟ ଘରକୁ କିଣା ବିକା ଅନୁମତି । ଏ ନେଇ ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ୨୦୧୭ ମସିହା ଫେବୃୟାରୀ ମାସ ୨୫ ତାରିଖ ପୂର୍ବରୁ ଯେଉଁ ସବୁ ଆପାର୍ଟମେଂଟ ନିର୍ମାଣ ହୋଇଛି ସେହି ସବୁ ଆପାର୍ଟମେଂଟ ଗୁଡିକ ବର୍ତମାନ କ୍ରୟ ବିକ୍ରୟ ପାଇଁ କୌଣସି ପ୍ରତି ବନ୍ଧକ ନାହିଁ । ଗତ ୨୦୨୩ ମସିହା ଜୁନ ମାସରୁ କାର୍ଯ୍ୟକାରୀ ହେଉଥିବା ଓଡିଶା ଆପାର୍ଚମେଂଟ ମାଲିକାନା ଓ ପରିଚାଳନା ଅଧିନିୟମ ସଂପର୍କରେ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି । ଏ ନେଇ ବିଭାଗ ତରଫରୁ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗକୁ ଅବଗତ କରାଯାଇ ସମସ୍ତ ପଞ୍ଜିକରଣ ଅଧିକରୀ (ରେଜିଷ୍ଟାର) ମାନଙ୍କୁ ଜଣାଇଦେବାକୁ କୁହାଯାଇଛି ।
ଏ ନେଇ ଗୃହ ଓ ନଗରଉନ୍ନୟନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିପରି ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଦ୍ୱାରା ଦାଖଲ ଅପିଲ ଗୁଡିକୁ ଯଥାଶୀଘ୍ର ଫଏସଲା କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ ବିଡିଏ ଏବଂ ବିଏମ୍ସି ଓଡିଶା ଡେଭଲେପମେଂଟ ଅଥରିଟି ୧୯୮୨ ଲାଗୁ ଓ କାର୍ଯ୍ୟକାରିତା ନିମନ୍ତେ ବିଭିନ୍ନ ସମୟରେ ଜାରି କରିଥିବା ଆଦେଶନାମା ବିରୁଦ୍ଧରେ ଜନସାଧାରଣ ଦାଏର କରିଥିବା ଅପିଲ ଗୁଡିକ ଦୀର୍ଘଦିନ ଧରି ପଡିରହି ଥିବାରୁ ଅସନ୍ତୋଷ ଦେଖା ଦେଇଛି । ସେହି ସବୁ ଅପିଲ ଗୁଡିକୁ ଯୁଦ୍ଧକାଳୀନଭିତିରେ ଯଥାଶୀଘ୍ର ଫଏସଲା କରିବାକୁ ନିଷ୍ପତି ଗ୍ରହଣ କରାଯାଇ ବିଭାଗର ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ଅପିଲେଟ କର୍ତୃପକ୍ଷ ଭାବେ ଘୋଷଣା କରାଯାଇଛି । ପ୍ରାୟ ୭୦୦ ରୁ ଅଧିକ ଅପିଲ ପଡି ରହିଛି । ସେ ଗୁଡିକୁ ଯଥାଶୀଘ୍ର ଫଏସଲା କରିବା ନିମନ୍ତେ ସେମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ଡାଃ ମହାପାତ୍ର ସୂଚନା ଦେଇଛନ୍ତି ।
Odisha’s Genuine Demand Completely Overlooked by Central Govt, Reacts Naveen on Union Budget
Next ArticleNaveen Discusses with Senior BJD Leaders about Submission of Memorandum to 16th Finance Commission
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
