न्यूज़रूम ओडिशा
ब्रेकिंग
ओडिया समाचार

ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ କଂଗ୍ରେସରୁ ବହିଷ୍କୃତ

ନୂଆଦିଲ୍ଲୀ: ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ। ଉତ୍ତର ପ୍ରଦେଶ କଂଗ୍ରେସ କମିଟି ପଠାଇଥିବା ପ୍ରସ୍ତାବ ଆଧାରରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ସାଧାରଣ ସମ୍ପାଦକ କେ.ବେଣୁଗୋପାଳଙ୍କ ତରଫରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଶୃଙ୍ଖଳା ଓ ଦଳ ବିରୋଧରେ ବୟାନବାଜି କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ଜଣେ [...]

Admin•11 फ़रवरी 2024
Share Article:

ନୂଆଦିଲ୍ଲୀ: ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ। ଉତ୍ତର ପ୍ରଦେଶ କଂଗ୍ରେସ କମିଟି ପଠାଇଥିବା ପ୍ରସ୍ତାବ ଆଧାରରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ସାଧାରଣ ସମ୍ପାଦକ କେ.ବେଣୁଗୋପାଳଙ୍କ ତରଫରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଶୃଙ୍ଖଳା ଓ ଦଳ ବିରୋଧରେ ବୟାନବାଜି କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ଜଣେ ଧାର୍ମିକ ପ୍ରବଚକ ଭାବେ ମଧ୍ୟ ପରିଚିତ। ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଉତ୍ତର ପ୍ରଦେଶର ସମ୍ୱଲରେ କଳକୀ ଧାମର ଭିତ୍ତି ପ୍ରସ୍ତର ସମାରୋହ ପାଇଁ ନିମନ୍ତ୍ରଣ କରିଥିଲେ। ଏହା ପରେ ସେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଓ ସ୍ମୃତି ଇରାନୀଙ୍କୁ ମଧ୍ୟ ଭେଟିଥିଲେ। ଏହାଛଡ଼ା ଅଯୋଧ୍ୟା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବର୍ଜନ କରିବା ପାଇଁ ମଧ୍ୟ ସେ କଂଗ୍ରେସ ନେତୃତ୍ବକୁ ସମାଲୋଚନା କରିଥିଲେ ।

୨୦୧୯ ଲୋକସଭା ନିର୍ବାଚନରେ ପ୍ରମୋଦ କୃଷ୍ଣମ୍ କଂଗ୍ରେସ ଟିକେଟ୍ ରେ ଲକ୍ଷ୍ନୌ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ଏହି ଆସନରୁ ବିଜେପିର ରାଜନାଥ ସିଂହ ଜିତିଥିଲେ। ଏହାପୂର୍ବରୁ ସେ କଂଗ୍ରେସ ଟିକେଟ୍ ରେ ସମ୍ବଲ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ହାରିଯାଇଥିଲେ ।

#Odia#Odisha#News
Share Article:

Related Articles