न्यूज़रूम ओडिशा
ब्रेकिंग
ओडिया समाचार

ଇନସୁଲିନ୍, ଡ଼ାକ୍ତରୀ ପରାମର୍ଶରୁ ବଞ୍ଚିତ କରାଯାଇ କେଜ୍ରିୱାଲଙ୍କୁ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଠେଲି ଦିଆଯାଉଛି: ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇନସୁଲିନ୍ ଓ ଡାକ୍ତରଙ୍କ ପରାମର୍ଶରୁ ବଞ୍ଚିତ କରାଯାଇ ତିହାର ଜେଲରେ ତାଙ୍କୁ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଠେଲି ଦିଆଯାଉଛି। ଆମ୍ ଆଦମୀ ପାର୍ଟି (ଆପ୍) ଶନିବାର ଏଭଳି ଅଭିଯୋଗ କରିଛି । ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଟାଇପ-୨ ଡାଇବେଟିସରେ ପୀଡିତ କେଜ୍ରିୱାଲ ତାଙ୍କୁ ଇନସୁଲିନ ଏବଂ ଭିଡିଓ କନଫରେନ୍ସ ମାଧ୍ୟମରେ ତାଙ୍କ ପରିବାରର ଡାକ୍ତରଙ୍କ ସହ କଥା ହେବାକୁ ଅନୁମତି [...]

Admin•20 अप्रैल 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇନସୁଲିନ୍ ଓ ଡାକ୍ତରଙ୍କ ପରାମର୍ଶରୁ ବଞ୍ଚିତ କରାଯାଇ ତିହାର ଜେଲରେ ତାଙ୍କୁ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଠେଲି ଦିଆଯାଉଛି। ଆମ୍ ଆଦମୀ ପାର୍ଟି (ଆପ୍) ଶନିବାର ଏଭଳି ଅଭିଯୋଗ କରିଛି ।

ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଟାଇପ-୨ ଡାଇବେଟିସରେ ପୀଡିତ କେଜ୍ରିୱାଲ ତାଙ୍କୁ ଇନସୁଲିନ ଏବଂ ଭିଡିଓ କନଫରେନ୍ସ ମାଧ୍ୟମରେ ତାଙ୍କ ପରିବାରର ଡାକ୍ତରଙ୍କ ସହ କଥା ହେବାକୁ ଅନୁମତି ଦିଆଯାଉ ବୋଲି ଦାବି କରୁଛନ୍ତି। କିନ୍ତୁ ଜେଲ ପ୍ରଶାସନ ତାଙ୍କ ଅନୁରୋଧ ଗ୍ରହଣ କରୁନାହିଁ। ।

ଜେଲରେ ମୁଖ୍ୟମନ୍ତ୍ରୀଙ୍କ ରକ୍ତରେ ଶର୍କରା ସ୍ତର ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଭରଦ୍ବାଜ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ଦାୟିତ୍ବର ସହ କହିବାକୁ ଚାହେଁ ଯେ କେଜ୍ରିୱାଲଙ୍କୁ ଧିମା ମୃତ୍ୟୁ ଦେବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି।

କେଜ୍ରିୱାଲଙ୍କୁ ଇନସୁଲିନରୁ ବଞ୍ଚିତ କରାଯିବା ନେଇ ସେ ତିହାର ପ୍ରଶାସନ, ବିଜେପି, କେନ୍ଦ୍ର ସରକାର ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ମଧ୍ୟ ସମାଲୋଚନା କରି କହିଛନ୍ତି ଯେ ଗତ ୨୦-୨୨ ବର୍ଷ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧୁମେହରେ ପୀଡିତ ଅଛନ୍ତି।

ଜେଲରେ ତାଙ୍କ ଖାଦ୍ୟକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର “ସଂକୀର୍ଣ୍ଣ” ଦାବିକୁ ସମାଲୋଚନା କରି କେନ୍ଦ୍ରୀୟ ସଂସ୍ଥା ରାଜନୀତି କରୁଛି ବୋଲି କହିଥିଲେ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୁକ୍ରବାର କୋର୍ଟଙ୍କୁ କହିଥିଲେ ଯେ ସେ ତାଙ୍କ ଡାକ୍ତରଙ୍କ ଦ୍ୱାରା ପ୍ରସ୍ତୁତ ଡାଏଟ୍ ଚାର୍ଟ ଅନୁଯାୟୀ ଖାଦ୍ୟ ଖାଉଛନ୍ତି । ଜେଲରେ ତାଙ୍କୁ ଇନସୁଲିନ୍ ଦିଆଯାଉ ବୋଲି ସେ ଅନୁରୋଧ କରିଥିଲେ।

କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ସିଂଘଭି କହିଥିଲେ ଯେ ଗିରଫ ହେବା ପରଠାରୁ କେଜ୍ରିୱାଲଙ୍କ ସୁଗାର ଲେବଲ ନିୟନ୍ତ୍ରଣ କରିବା ପାଇଁ ତାଙ୍କୁ ଇନସୁଲିନ ଦିଆଯାଉ ନାହିଁ। ସେ ଏହାକୁ “ଆଶ୍ଚର୍ଯ୍ୟଜନକ” ଏବଂ “ବିପଜ୍ଜନକ” ବୋଲି କହିଥିଲେ।

ଇଡି ଗୁରୁବାର କୋର୍ଟରେ ଦାବି କରିଥିଲା ଯେ‌ ଟାଇପ-୨ ଡାଇବେଟିସ୍ ସତ୍ତ୍ୱେ ପ୍ରତିଦିନ ଜେଲରେ କେଜ୍ରିୱାଲ ଆମ୍ବ ଏବଂ ମିଠା ପରି ଉଚ୍ଚ ଶର୍କରା ଯୁକ୍ତ ଖାଦ୍ୟ ଖାଉଛନ୍ତି। ଡାକ୍ତରୀ ଆଧାରରେ ଜାମିନ ପାଇବା ପାଇଁ ସେ ଜାଣିଶୁଣି ଏଭଳି ଶର୍କରା ଯୁକ୍ତ ଖାଦ୍ୟ ଖାଉଛନ୍ତି ବୋଲି ଇଡି କୋର୍ଟଙ୍କୁ କହିଥିଲା ।

#Odia#Odisha#News
Share Article:

Related Articles