न्यूज़रूम ओडिशा
ब्रेकिंग
ओडिया समाचार

ଗିରଫ ହେବେ କି କେଜ୍ରିୱାଲ ? ଆପ୍ ମୁଖ୍ୟାଳୟ ବାହାରେ ଦଳୀୟ କର୍ମୀଙ୍କ ଭିଡ଼

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିପାରେ । ଆମ୍ ଆଦମୀ ପାର୍ଟି (ଆପ୍) ଏଭଳି ଆଶଙ୍କା ପ୍ରକାଶ କରିଛି । କେଜ୍ରିୱାଲଙ୍କୁ ଗିରଫ ଆଶଙ୍କାରେ ଗୁରୁବାର ଠାରୁ ଆପ୍ କର୍ମକର୍ତ୍ତାମାନେ ଦଳର ମୁଖ୍ୟାଳୟ ବାହାରେ ରୁଣ୍ଡ ହେବାରେ ଲାଗିଛନ୍ତି । ଅବକାରୀ ଦୁର୍ନୀତିରେ କେଜ୍ରିୱାଲଙ୍କୁ ଇଡି ତିନି ଥର ସମନ କରିସାରିଛି । ହେଲେ କେଜ୍ରିୱାଲ କେନ୍ଦ୍ରୀୟ ସଂସ୍ଥା ଆଗରେ ହାଜର ହୋଇନାହାଁନ୍ତି। ତେବେ [...]

Admin•4 जनवरी 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିପାରେ । ଆମ୍ ଆଦମୀ ପାର୍ଟି (ଆପ୍) ଏଭଳି ଆଶଙ୍କା ପ୍ରକାଶ କରିଛି । କେଜ୍ରିୱାଲଙ୍କୁ ଗିରଫ ଆଶଙ୍କାରେ ଗୁରୁବାର ଠାରୁ ଆପ୍ କର୍ମକର୍ତ୍ତାମାନେ ଦଳର ମୁଖ୍ୟାଳୟ ବାହାରେ ରୁଣ୍ଡ ହେବାରେ ଲାଗିଛନ୍ତି ।

ଅବକାରୀ ଦୁର୍ନୀତିରେ କେଜ୍ରିୱାଲଙ୍କୁ ଇଡି ତିନି ଥର ସମନ କରିସାରିଛି । ହେଲେ କେଜ୍ରିୱାଲ କେନ୍ଦ୍ରୀୟ ସଂସ୍ଥା ଆଗରେ ହାଜର ହୋଇନାହାଁନ୍ତି। ତେବେ ତିନି ଥର ଯାକ ଇଡି ନୋଟିସର ଲିଖିତ ଉତ୍ତର ପଠାଇ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି କେଜ୍ରିୱାଲ ।

ଆପ୍ ନେତ୍ରୀ ତଥା ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅତସୀ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ଯେ ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଚଢ଼ାଉ କରାଯିବ । ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ । ସମନ ପଠାଇବାର ଟାଇମିଂରୁ ଏହା ପୂରା ସ୍ପଷ୍ଟ ଯେ ତାଙ୍କୁ ଗିରଫ କରିବା ପାଇଁ ଯୋଜନା ରହିଛି । ଏହା କେବଳ ଲୋକସଭା ନିର୍ବାଚନ ସହ ଜଡ଼ିତ। ଏହି ମାମଲାରେ ଅନୁସନ୍ଧାନକାରୀ ସଂସ୍ଥାର ବିଜ୍ଞପ୍ତି ବେଆଇନ ବୋଲି ଆମ୍ ଆଦମୀ ପାର୍ଟି କହିଆସିଛି।

ଅତିସୀ ଆହୁରି କହିଛନ୍ତି, ଏହି ମାମଲାରେ ତଦନ୍ତ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ନଗଦ ଅର୍ଥ, ସୁନା, ରୁପା କିମ୍ବା କୌଣସି ପ୍ରକାରର ସମ୍ବେଦନଶୀଳ କାଗଜପତ୍ର ମିଳିପାରି ନାହିଁ।

#Odia#Odisha#News
Share Article:

Related Articles