न्यूज़रूम ओडिशा
ब्रेकिंग
ओडिया समाचार

ଅପହୃତ ଜାହାଜରୁ ୧୫ ଭାରତୀୟଙ୍କ ସହ ସମସ୍ତ ଚାଳକ ଦଳ ସଦସ୍ୟଙ୍କୁ ଉଦ୍ଧାର କଲା ନୌସେନା

ମୋଗାଦିଶୁ: ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ପଣ୍ୟବାହୀ ଜାହାଜ ‘ଏମଭି ଲୀଲା ନର୍ଫୋକ’ରେ ଥିବା ୧୫ ଜଣ ଭାରତୀୟଙ୍କ ସହ ଚାଳକ ଦଳର ସମସ୍ତ ୨୧ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୌସେନା । ଉଲ୍ଲେଖଯୋଗ୍ୟ ଯେ, ସୋମାଲିଆ ଉପକୂଳବର୍ତ୍ତୀ ଆରବ ସାଗରରେ ଲାଇବେରିଆର ପତାକା ଲାଗିଥିବା ଏକ ପଣ୍ୟବାହୀ ଜାହାଜକୁ ଗୁରୁବାର ସନ୍ଧ୍ୟାରେ ଅପହରଣ କରାଯାଇଥିଲା। ‘ଏମଭି ଲୀଲା ନର୍ଫୋକ୍’ ନାମକ ଏହି ଜାହାଜର ଚାଳକ ଦଳରେ ୧୫ ଜଣ ଭାରତୀୟ ଥିଲେ। ଅପହରଣ [...]

Admin•5 जनवरी 2024
Share Article:

ମୋଗାଦିଶୁ: ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ପଣ୍ୟବାହୀ ଜାହାଜ ‘ଏମଭି ଲୀଲା ନର୍ଫୋକ’ରେ ଥିବା ୧୫ ଜଣ ଭାରତୀୟଙ୍କ ସହ ଚାଳକ ଦଳର ସମସ୍ତ ୨୧ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୌସେନା ।

ଉଲ୍ଲେଖଯୋଗ୍ୟ ଯେ, ସୋମାଲିଆ ଉପକୂଳବର୍ତ୍ତୀ ଆରବ ସାଗରରେ ଲାଇବେରିଆର ପତାକା ଲାଗିଥିବା ଏକ ପଣ୍ୟବାହୀ ଜାହାଜକୁ ଗୁରୁବାର ସନ୍ଧ୍ୟାରେ ଅପହରଣ କରାଯାଇଥିଲା। ‘ଏମଭି ଲୀଲା ନର୍ଫୋକ୍’ ନାମକ ଏହି ଜାହାଜର ଚାଳକ ଦଳରେ ୧୫ ଜଣ ଭାରତୀୟ ଥିଲେ। ଅପହରଣ ନେଇ ସୂଚନା ପାଇବା ପରେ ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଚେନ୍ନାଇକୁ ଅପହୃତ ଜାହାଜକୁ ମୁକୁଳାଇବା ପାଇଁ ପଠାଇଥିଲା । ଶୁକ୍ରବାର ଅପରାହ୍ନରେ ଆଇଏନ୍ଏସ୍ ଚେନ୍ନାଇ ଅପହୃତ ଜାହାଜ ନିକଟରେ ପହଞ୍ଚିଥିଲା। ଏହାପରେ ଭାରତୀୟ ନୌସେନାର ଏଲିଟ୍ କମାଣ୍ଡୋ ‘ମାର୍କୋସ୍’ ଟିମ୍ ନାଟକୀୟ ଭାବେ ଅପହୃତ ଜାହାଜର ସମସ୍ତ ଚାଳକ ଦଳ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା ।

ଅପହୃତ ଜାହାଜ ନିକଟରେ ପହଞ୍ଚିବା ପରେ ଭାରତୀୟ ନୌସେନା ପ୍ରଥମେ ଅପହରଣକାରୀଙ୍କୁ ଜାହାଜକୁ ଛାଡ଼ିବାକୁ ଚେତାବନୀ ଦେଇଥିଲେ । ଭାରତୀୟ ନୌସେନା ତରଫରୁ କାର୍ଯ୍ୟାନୁଷ୍ଠାନ ଭୟରେ ଅପହରଣକାରୀ ଜଳଦସ୍ୟୁ ଜହାଜ ଛାଡ଼ି ପଳାଇଥିଲେ ।

ଏହି ଘଟଣା ପରେ ଆରବ ସାଗରରେ ସକ୍ରିୟ ଥିବା ଜଳଦସ୍ୟୁ ତଥା ସମୁଦ୍ର ଡକାୟତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ଯୁଦ୍ଧ ଜାହାଜକୁ ନିର୍ଦ୍ଦେଶ ଦେଇଛନ୍ତି ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାର । ଏହାଛଡ଼ା ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ରୋକିବା ପାଇଁ ଭାରତୀୟ ନୌସେନାର ଚାରିଟି ଯୁଦ୍ଧ ଜାହାଜ ଆରବ ସାଗରରେ ମୁତୟନ କରାଯିବ।

#Odia#Odisha#News
Share Article:

Related Articles