न्यूज़रूम ओडिशा
ब्रेकिंग
ओडिया समाचार

ଇତିହାସ ରଚିଲେ ଅନସୂୟା, ପ୍ରଥମ ଭାରତୀୟ ଭାବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜିତିଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ଅଭିନେତ୍ରୀ ଅନସୂୟା ସେନଗୁପ୍ତା ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଅନସୂୟାଙ୍କୁ ଏହି ପୁରସ୍କାର ଅନ୍ ସର୍ଟେନ ରିଗାର୍ଡ ସେଗମେଣ୍ଟରେ ଚଳଚ୍ଚିତ୍ର ‘ଦି ସେମଲେସ୍’ ପାଇଁ ମିଳିଛି । ଏଥିସହ ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲ ଇତିହାସରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବା‌ରେ ଅନସୂୟା ପ୍ରଥମ ଭାରତୀୟ ହୋଇଛନ୍ତି । କୋଲକାତା ବାସିନ୍ଦା ଅନସୂୟା ଏହି ପୁରସ୍କାରକୁ ବିଶ୍ୱର ସମଲିଙ୍ଗୀ ସମୁଦାୟ ତଥା ଅନ୍ୟ ସମସ୍ତ ଅବହେଳିତ ବର୍ଗକୁ ଉତ୍ସର୍ଗ [...]

Admin•25 मई 2024
Share Article:

ନୂଆଦିଲ୍ଲୀ: ଭାରତୀୟ ଅଭିନେତ୍ରୀ ଅନସୂୟା ସେନଗୁପ୍ତା ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଅନସୂୟାଙ୍କୁ ଏହି ପୁରସ୍କାର ଅନ୍ ସର୍ଟେନ ରିଗାର୍ଡ ସେଗମେଣ୍ଟରେ ଚଳଚ୍ଚିତ୍ର ‘ଦି ସେମଲେସ୍’ ପାଇଁ ମିଳିଛି । ଏଥିସହ ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲ ଇତିହାସରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବା‌ରେ ଅନସୂୟା ପ୍ରଥମ ଭାରତୀୟ ହୋଇଛନ୍ତି ।

କୋଲକାତା ବାସିନ୍ଦା ଅନସୂୟା ଏହି ପୁରସ୍କାରକୁ ବିଶ୍ୱର ସମଲିଙ୍ଗୀ ସମୁଦାୟ ତଥା ଅନ୍ୟ ସମସ୍ତ ଅବହେଳିତ ବର୍ଗକୁ ଉତ୍ସର୍ଗ କରିଛନ୍ତି |

ବୁଲଗେରିଆ ଚଳଚ୍ଚିତ୍ର ନିର୍ମାତା କନଷ୍ଟାଣ୍ଟିନ ବୋଜାନୋଭଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଦି ସେମଲେସ୍’ର କାହାଣୀ ଦୁଇଜଣ ଦେହଜୀବୀ ଉପରେ ଆଧାରିତ। ସେମାନଙ୍କ ମଧ୍ୟରୁ ଜଣେ ପୋଲିସ୍ ଦ୍ୱାରା ହତ୍ୟାର ଶିକାର ହୋଇଛି | ଅନସୂୟାଙ୍କ ବ୍ୟତୀତ ଅଭିନେତ୍ରୀ ଓମାରା ଶେଟ୍ଟୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

ଅନସୂୟାଙ୍କୁ ଯେଉଁ ବର୍ଗରେ ଏହି ପୁରସ୍କାର ମିଳିଛି, ସେହି ବର୍ଗରେ ‘ଦି ସେମଲେସ୍’ ମଧ୍ୟ ଶ୍ରେଷ୍ଠ ଫିଲ୍ମ ଭାବେ ମନୋନୀତ ହୋଇଥିଲା। ତେବେ ଏହି ଚଳଚ୍ଚିତ୍ର ପୁରସ୍କାର ଜିତିପାରି ନାହିଁ।

‘ଦି ସେମଲେସ୍’ ନିର୍ଦ୍ଦେଶକ ବୋଜାନୋଭ ୨୦୧୪ରେ ପ୍ରଥମ ଥର ପାଇଁ ଭାରତ ଆସିଥିଲେ। ତା’ପରେ ସେ ଏଠାରେ ୪ଟି କାହାଣୀକୁ ମିଶାଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ କରିବାକୁ ଚାହୁଁଥିଲେ | ଏହି ସମୟ ମଧ୍ୟରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ଆର୍ଥିକ ସହାୟତା ମଧ୍ୟ ମିଳିନଥିଲା ।

ସେ ଏହି ଚଳଚ୍ଚିତ୍ରକୁ ଆନିମେଟେଡ୍ ଫର୍ମରେ ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କ ସାକ୍ଷାତ କାରେକ୍ଟର ଭିଜୁଆଲାଇଜର୍ ଏବଂ ପ୍ରଡକ୍ସନ୍ ଡିଜାଇନର୍ ଅନସୁୟାଙ୍କ ସହ ହୋଇଥିଲା। ଏହା ପରେ ତାଙ୍କ ମନ ବଦଳିଥିଲା । ସେ ଅନସୂୟାଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ କରିଥିଲେ । ଭାରତ ଏବଂ ନେପାଳରେ ଏହି ଫିଲ୍ମର ସୁଟିଂ କରିଥିଲେ ବୋଜାନୋଭ।

ଅନସୂୟାଙ୍କ ପ୍ରଥମ ଅଭିନୀତ ଫିଲ୍ମ ଥିଲା ୨୦୦୯ରେ ବଙ୍ଗାଳୀ ନିର୍ଦ୍ଦେଶକ ଅଞ୍ଜନ ଦତ୍ତାଙ୍କ ରକ୍ ମ୍ୟୁଜିକାଲ୍ ଫିଲ୍ମ ‘ମ୍ୟାଡଲି ବେଙ୍ଗଲୀ’ । ସେ ୨୦୦୯ରେ ମୁମ୍ବାଇ ଚାଲି ଆସିଥିଲେ। ତେବେ ଆଶାନୁରୂପ ଅଫର୍ ନ ମିଳିବାରୁ ସେ ସେ କିଛି ଫିଲ୍ମରେ ଆର୍ଟ ଡାଇରେକ୍ଟର ଭାବେ କାମ କରିଥିଲେ।

ସେ ନେଟଫ୍ଲିକ୍ସ ଶୋ ‘ମସାବା ମସାବା’ ପାଇଁ ପ୍ରଡକ୍ସନ୍ ଡିଜାଇନର୍ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି | କୋଲକାତାର ବାସିନ୍ଦା ଅନସୂୟା ସମ୍ପ୍ରତି ଗୋଆରେ ରୁହନ୍ତି।

#Odia#Odisha#News
Share Article:

Related Articles