କେଜ୍ରିୱାଲଙ୍କ ଆଇଫୋନ୍ ଅନଲକ୍ କରିବାକୁ ଇଡିର ଅନୁରୋଧ ପ୍ରତ୍ୟାଖ୍ୟାନ କଲା ଆପଲ୍
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଇଫୋନକୁ ଅନଲକ୍ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସାହାଯ୍ୟ କରିବାକୁ ମନା କରିଦେଇଛି ଆପଲ୍। କେଜ୍ରିୱାଲଙ୍କ ଆଇଫୋନରେ ମଦ ଦୁର୍ନୀତି ସହ ଜଡ଼ିତ ତଥ୍ୟ ରହିଛି ବୋଲି ଇଡି ଦାବି କରିଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆଇଫୋନ ପାସଓ୍ବାର୍ଡ ଦ୍ବାରା ଲକ୍ ହୋଇଥିବାରୁ ଇଡି ଏହାକୁ ଖୋଲିବାକୁ ଆପଲର ସହାୟତା ଲୋଡିଥିଲା । ମିଡିଆ ରିପୋର୍ଟ ମୁତାବକ, କେଜ୍ରିୱାଲଙ୍କ ଆଇଫୋନ୍ ଅନଲକ୍ କରିବାକୁ ଇଡି [...]
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଇଫୋନକୁ ଅନଲକ୍ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସାହାଯ୍ୟ କରିବାକୁ ମନା କରିଦେଇଛି ଆପଲ୍। କେଜ୍ରିୱାଲଙ୍କ ଆଇଫୋନରେ ମଦ ଦୁର୍ନୀତି ସହ ଜଡ଼ିତ ତଥ୍ୟ ରହିଛି ବୋଲି ଇଡି ଦାବି କରିଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆଇଫୋନ ପାସଓ୍ବାର୍ଡ ଦ୍ବାରା ଲକ୍ ହୋଇଥିବାରୁ ଇଡି ଏହାକୁ ଖୋଲିବାକୁ ଆପଲର ସହାୟତା ଲୋଡିଥିଲା ।
ମିଡିଆ ରିପୋର୍ଟ ମୁତାବକ, କେଜ୍ରିୱାଲଙ୍କ ଆଇଫୋନ୍ ଅନଲକ୍ କରିବାକୁ ଇଡି ଆପଲକୁ ଏକ ଅନୌପଚାରିକ ଅନୁରୋଧ କରିଥିଲା । ତେବେ ଏହାର ଗ୍ରାହକଙ୍କ ଗୋପନୀୟତା ଦର୍ଶାଇ ଆପଲ୍ ଇଡିର ଅନୁରୋଧ ପ୍ରତ୍ୟାଖ୍ୟାନ କରିଛି । ଆଇଫୋନ ଗ୍ରାହକ ହିଁ ନିଜ ଆଇଫୋନ ଅନଲକ୍ କରିପାରିବେ ବୋଲି କହିଛି କମ୍ପାନୀ।
ଆପଲ୍ ନିଜ ୟୁଜରଙ୍କ ଗୋପନୀୟତା ଓ ଡାଟା ସୁରକ୍ଷାକୁ ସର୍ବଦା ଗୁରୁତ୍ବ ଦେଇଥାଏ । ଏପରିକି କମ୍ପାନୀ ନିଜ ଗ୍ରାହକଙ୍କ କୌଣସି ତଥ୍ୟର ରେକର୍ଡ ରଖିନଥାଏ | ସେହିପରି ୟୁଜରଙ୍କ ବିନା ଅନୁମତିରେ ତାଙ୍କ ଆଇଫୋନକୁ କେହି ଅନଲକ୍ କରିପାରିବେ ନାହିଁ। ଖୋଦ୍ ଆପଲ୍ ମଧ୍ୟ ଏହା କରିପାରିବ ନାହିଁ ।
ଆପଲ୍ ସିଇଓ ଟିମ୍ କୁକ୍ ୨୦୧୬ରେ କାଲିଫର୍ଣ୍ଣିଆର ସାନ୍ ବର୍ନାଡିନୋ ଆତଙ୍କବାଦୀ ଆକ୍ରମଣ ମାମଲାର ଅଭିଯୁକ୍ତ ସୟଦ ଫାରୁକଙ୍କ ଏକ ଆଇଫୋନକୁ ଅନଲକ୍ କରିବାକୁ ଆମେରିକା ସରକାରଙ୍କ ଅନୁରୋଧକୁ ବି ପ୍ରତ୍ୟାଖ୍ୟାନ କରିଦେଇଥିଲେ ।
ମଦ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ସେହିଦିନ ତାଙ୍କ ଆଇଫୋନକୁ କେଜ୍ରିୱାଲ ସୁଇଚ୍ ଅଫ୍ କରି ଦେଇଥିଲେ । ଇଡିକୁ ତାଙ୍କ ଆଇଫୋନ ପାସଓ୍ବାର୍ଡ ସେୟାର କରିନଥିଲେ କେଜ୍ରିୱାଲ । ସେ ଅଭିଯୋଗ କରିଥିଲେ ଯେ ତଦନ୍ତ ଆଳରେ କେନ୍ଦ୍ରୀୟ ସଂସ୍ଥା ତାଙ୍କ ଆଇଫୋନରୁ ଆମ୍ ଆଦମୀ ପାର୍ଟିର ନିର୍ବାଚନ ରଣନୀତି ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଚାହୁଁଛି ।
Naveen Appoints Rajib Mohanty as State Advisor of BJD Labour Front
Next ArticleNaveen Declares Second List of BJD Candidates for Assembly Elections
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
