ପୁଣି ଆରମ୍ଭ ହୋଇପାରେ ଚାମ୍ପିୟନ୍ସ ଲିଗ୍ ଟି-୨୦ ଟୁର୍ଣ୍ଣାମେଣ୍ଟ; ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବୋର୍ଡ ମଧ୍ୟରେ ଚାଲିଛି ଆଲୋଚନା
ମୁମ୍ବାଇ: ଦଶ ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିବା ଚାମ୍ପିୟନ୍ସ ଲିଗ୍ କ୍ଲବ୍ ଟି-୨୦ ଚାମ୍ପିୟନସିପ ପୁଣି ଆରମ୍ଭ ହୋଇପାରେ। ଏନେଇ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡ଼ିଛି। ଚାମ୍ପିୟନ୍ସ ଟି-୨୦ ଲିଗ୍ ଶେଷ ଥର ପାଇଁ ୨୦୧୪ରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଶେଷ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗସ୍ ଟାଇଟଲ୍ ଜିତିଥିଲା | ସେତେବେଳେ ଭାରତର ତିନିଟି ଦଳ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ [...]
ମୁମ୍ବାଇ: ଦଶ ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିବା ଚାମ୍ପିୟନ୍ସ ଲିଗ୍ କ୍ଲବ୍ ଟି-୨୦ ଚାମ୍ପିୟନସିପ ପୁଣି ଆରମ୍ଭ ହୋଇପାରେ। ଏନେଇ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡ଼ିଛି।
ଚାମ୍ପିୟନ୍ସ ଟି-୨୦ ଲିଗ୍ ଶେଷ ଥର ପାଇଁ ୨୦୧୪ରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଶେଷ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗସ୍ ଟାଇଟଲ୍ ଜିତିଥିଲା | ସେତେବେଳେ ଭାରତର ତିନିଟି ଦଳ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ଦୁଇଟି ଏବଂ ପାକିସ୍ତାନ, ୱେଷ୍ଟଇଣ୍ଡିଜ୍ ଏବଂ ନ୍ୟୁଜିଲ୍ୟାଣ୍ଡର ଗୋଟିଏ ଲେଖାଏଁ ଦଳ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ।
୨୦୦୯-୧୦ ଓ ୨୦୧୪-୧୫ ମଧ୍ୟରେ ଚାମ୍ପିୟନ୍ସ ଲିଗର ୬ଟି ସଂସ୍କରଣ ଖେଳାଯାଇଥିଲା । ସେଥିମଧ୍ୟରୁ ୪ଟି ଭାରତରେ ଏବଂ ଦୁଇଟି ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିଲା | ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଥର ଟାଇଟଲ ଜିତିଥିବା ବେଳେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ଏବଂ ସିଡନୀ ସିକ୍ସର୍ସ ଥରେ ବିଜେତା ହୋଇଥିଲେ।
କ୍ରିକେଟ୍ ଭିକ୍ଟୋରିଆ ସିଇଓ ନିକ୍ କମିନ୍ସ କହିଛନ୍ତି, ସବୁଠାରୁ ବ୍ୟସ୍ତବହୁଳ କ୍ରିକେଟ୍ କ୍ୟାଲେଣ୍ଡରରେ ଚାମ୍ପିୟନ୍ସ ଲିଗ୍ ଟି-୨୦ ପାଇଁ ଏକ ୱିଣ୍ଡୋ ସୃଷ୍ଟି କରିବା ହେଉଛି ସବୁଠାରୁ ବଡ ଚ୍ୟାଲେଞ୍ଜ ।
ଭାରତରେ ମେଲବୋର୍ଣ୍ଣ କ୍ରିକେଟ୍ ଏକାଡେମୀ ଆରମ୍ଭ କରିବା ପାଇଁ ଖେଲୋମୋର ସହ ସହଭାଗିତା ଅବସରରେ ସେ କହିଛନ୍ତି, “ମୁଁ ଭାବୁଛି ଚାମ୍ପିୟନ୍ସ ଲିଗ୍ ଏକ ଅସମୟ ପଦକ୍ଷେପ ଥିଲା। ସେତେବେଳେ ଟି-୨୦ କ୍ରିକେଟ୍ ଏତେ ପରିପକ୍ୱ ହୋଇନଥିଲା। କିନ୍ତୁ ବର୍ତ୍ତମାନ ଏହା ହୋଇପାରିଛି। ”
ସେ କହିଛନ୍ତି, “କ୍ରିକେଟ୍ ଅଷ୍ଟ୍ରେଲିଆ, ଇସିବି ଏବଂ ବିସିସିଆଇ ଏହାକୁ ପୁଣି ଆରମ୍ଭ କରିବାକୁ କଥାବାର୍ତ୍ତା କରୁଛନ୍ତି। ଆଇସିସିର ବ୍ୟସ୍ତବହୁଳ କ୍ୟାଲେଣ୍ଡରରେ ଏଥିପାଇଁ ଏକ ୱିଣ୍ଡୋ ଖୋଜିବା କଷ୍ଟକର । ବୋଧହୁଏ ପ୍ରଥମ ଚାମ୍ପିୟନ୍ସ ଲିଗ୍ ମହିଳା କ୍ରିକେଟରେ ହେବ ଯେଉଁଥିରେ ଡବ୍ଲୁପିଏଲ୍, ଦି ହଣ୍ଡ୍ରେଡ୍ ଏବଂ ମହିଳା ବିଗ୍ ବାଶ୍ ଲିଗ୍ ଟିମ୍ ଖେଳିବେ ।
ରମ୍ଭା ରାଜପ୍ରାସାଦର ନବକଳେବର
Next Articleକେକେଆର୍-ରୟାଲ୍ସ, ଗୁଜରାଟ-ଦିଲ୍ଲୀ ଆଇପିଏଲ୍ ମ୍ୟାଚ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
