ଟେଷ୍ଟ ପ୍ରତି ଖେଳାଳିଙ୍କୁ ଆକର୍ଷିତ କରିବା ପାଇଁ ବିସିସିଆଇ ଆରମ୍ଭ କଲା ‘ଟେଷ୍ଟ କ୍ରିକେଟ୍ ପ୍ରୋତ୍ସାହନ ଯୋଜନା’
ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ପ୍ରତି ଖେଳାଳିଙ୍କୁ ଆକର୍ଷିତ କରିବା ପାଇଁ ବିସିସିଆଇ ‘ଟେଷ୍ଟ କ୍ରିକେଟ୍ ପ୍ରୋତ୍ସାହନ ଯୋଜନା’ ଘୋଷଣା କରିଛି । ଏହି ଯୋଜନା ଅଧୀନରେ ଯେଉଁ ଖେଳାଳିମାନେ ଗୋଟିଏ ସିଜନରେ ୭୫% ମ୍ୟାଚ୍ ଖେଳନ୍ତି ସେମାନେ ମ୍ୟାଚ୍ ଫି ଭାବେ ୧୫ ଲକ୍ଷ ପରିବର୍ତ୍ତେ ଏଣିକି ୪୫ ଲକ୍ଷ ପାଇବେ | ଅନ୍ୟପକ୍ଷରେ ୫୦% ରୁ ୭୪% ଟେଷ୍ଟ ଖେଳୁଥିବା କ୍ରିକେଟରଙ୍କୁ ୩୦ ଲକ୍ଷ ଟଙ୍କା ମିଳିବ | କେନ୍ଦ୍ରୀୟ ଚୁକ୍ତି ବ୍ୟତୀତ ଖେଳାଳିଙ୍କୁ ଏହି [...]
ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ପ୍ରତି ଖେଳାଳିଙ୍କୁ ଆକର୍ଷିତ କରିବା ପାଇଁ ବିସିସିଆଇ ‘ଟେଷ୍ଟ କ୍ରିକେଟ୍ ପ୍ରୋତ୍ସାହନ ଯୋଜନା’ ଘୋଷଣା କରିଛି । ଏହି ଯୋଜନା ଅଧୀନରେ ଯେଉଁ ଖେଳାଳିମାନେ ଗୋଟିଏ ସିଜନରେ ୭୫% ମ୍ୟାଚ୍ ଖେଳନ୍ତି ସେମାନେ ମ୍ୟାଚ୍ ଫି ଭାବେ ୧୫ ଲକ୍ଷ ପରିବର୍ତ୍ତେ ଏଣିକି ୪୫ ଲକ୍ଷ ପାଇବେ | ଅନ୍ୟପକ୍ଷରେ ୫୦% ରୁ ୭୪% ଟେଷ୍ଟ ଖେଳୁଥିବା କ୍ରିକେଟରଙ୍କୁ ୩୦ ଲକ୍ଷ ଟଙ୍କା ମିଳିବ | କେନ୍ଦ୍ରୀୟ ଚୁକ୍ତି ବ୍ୟତୀତ ଖେଳାଳିଙ୍କୁ ଏହି ମ୍ୟାଚ୍ ଫି ମିଳିବ। ଧର୍ମଶାଳା ଟେଷ୍ଟ ପରେ ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ୱିଟ୍ କରି ଏହି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତିି ।
ଏହି ପ୍ରୋତ୍ସାହନ ପିଛିଲା ଭାବେ ୨୦୨୨-୨୩ ସିଜନରେ ଟେଷ୍ଟ କ୍ରିକେଟରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ପାଇଁ ମଧ୍ୟ ଲାଗୁ ହେବ |
ନିକଟରେ ଏକ ରିପୋର୍ଟରେ କୁହାଯାଇଥିଲା ଯେ ବିସିସିଆଇ ଟେଷ୍ଟ କ୍ରିକେଟ୍ ପ୍ରତି ଖେଳାଳିଙ୍କୁ ଆକର୍ଷିତ କରିବା ପାଇଁ ପ୍ରୋତ୍ସାହନ ରାଶି ବୃଦ୍ଧି କରିବାକୁ ବିଚାର କରୁଛି । ଆଇପିଏଲ୍ ୨୦୨୪ ପରେ ଟେଷ୍ଟ ମ୍ୟାଚ୍ ଫି ବୃଦ୍ଧି ଏବଂ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରିବାକୁ ବିସିସିଆଇ ଯୋଜନା କରିଥିଲା । ହେଲେ ଧର୍ମଶାଳା ଟେଷ୍ଟ ପରେ ହିଁ ବୋର୍ଡ ଏହି ଘୋଷଣା କରିଛି। ଧର୍ମଶାଳାରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଭାରତ ମାତ୍ର ଅଢେଇ ଦିନରେ ଇଂଲଣ୍ଡକୁ ଇନିଂସ୍ ଓ ୬୪ ରନରେ ହରାଇ ୪-୧ରେ ସିରିଜ୍ କବଜା କରିଥିଲା ।
ରେଡ୍ ବଲ୍ କ୍ରିକେଟକୁ ଗମ୍ଭୀରତାର ସହ ନେବାକୁ ନିକଟରେ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଖେଳାଳିଙ୍କୁ ଚେତାବନୀ ଦେଇଥିଲା । ବୋର୍ଡ କହିଥିଲା ଯେ ଯେଉଁ ଖେଳାଳିମାନେ ଫିଟ୍ ଏବଂ ଜାତୀୟ ଦଳର ଅଂଶବିଶେଷ ନୁହଁନ୍ତି ସେମାନଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ ପଡ଼ିବ। ଏହା ସତ୍ତ୍ୱେ ଇଶାନ କିଶନ, କୃଣାଳ ପାଣ୍ଡ୍ୟା ଏବଂ ଦୀପକ ଚହର ଭଳି ଖେଳାଳି ନିଜ ରାଜ୍ୟ ପାଇଁ ରଣଜୀ ଟ୍ରଫି ନ ଖେଳି ଆଇପିଏଲ୍ ପାଇଁ ପ୍ରସ୍ତୁତି କରିଥିଲେ । ଏଥିରେ କ୍ଷୁବ୍ଧ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ କିଶନ ଓ ଆୟରଙ୍କୁ ବାଦ୍ ଦେଇଥିଲା ।
CM Naveen Launches ‘Mo Bus’ Service in Sambalpur and Berhampur
Next ArticleOdisha: Dist Nodal Officers Urged to Keep Close Watch on Election Expenditure by Candidates
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
