ବେଙ୍ଗାଲୁରୁ କାଫେ ବିସ୍ଫୋରଣର ତଦନ୍ତ ଏନ୍ଆଇଏକୁ ହସ୍ତାନ୍ତର
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଲୋକପ୍ରିୟ ରମେଶ୍ୱରମ୍ କାଫେରେ ହୋଇଥିବା ବୋମା ବିସ୍ଫୋରଣର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରାଯାଇଛି। ପୂର୍ବ ବେଙ୍ଗାଲୁରୁର ବ୍ରୁକଫିଲ୍ଡ ଅଞ୍ଚଳରେ ଥିବା ରମେଶ୍ୱରାମ କାଫେରେ ମାର୍ଚ୍ଚ ୨ରେ ବିସ୍ଫୋରଣ ଘଟି ଅତି କମରେ ୯ ଜଣ ଆହତ ହୋଇଥିଲେ। ଜଣେ ଅଧିକାରୀ କହିଛନ୍ତି, ଏହି ମାମଲାର ତଦନ୍ତ ଏନଆଇଏକୁ ଦିଆଯାଇଛି। ସିସିଟିଭି କ୍ୟାମେରାରେ କଏଦ ଟୋପି, ମାସ୍କ ଏବଂ ଚଷମା ପିନ୍ଧିଥିବା ଜଣେ ବ୍ୟକ୍ତି ଏହି ଘଟଣାର ମୁଖ୍ୟ ସନ୍ଦିଗ୍ଧ । [...]
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଲୋକପ୍ରିୟ ରମେଶ୍ୱରମ୍ କାଫେରେ ହୋଇଥିବା ବୋମା ବିସ୍ଫୋରଣର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରାଯାଇଛି। ପୂର୍ବ ବେଙ୍ଗାଲୁରୁର ବ୍ରୁକଫିଲ୍ଡ ଅଞ୍ଚଳରେ ଥିବା ରମେଶ୍ୱରାମ କାଫେରେ ମାର୍ଚ୍ଚ ୨ରେ ବିସ୍ଫୋରଣ ଘଟି ଅତି କମରେ ୯ ଜଣ ଆହତ ହୋଇଥିଲେ। ଜଣେ ଅଧିକାରୀ କହିଛନ୍ତି, ଏହି ମାମଲାର ତଦନ୍ତ ଏନଆଇଏକୁ ଦିଆଯାଇଛି। ସିସିଟିଭି କ୍ୟାମେରାରେ କଏଦ ଟୋପି, ମାସ୍କ ଏବଂ ଚଷମା ପିନ୍ଧିଥିବା ଜଣେ ବ୍ୟକ୍ତି ଏହି ଘଟଣାର ମୁଖ୍ୟ ସନ୍ଦିଗ୍ଧ । ତା’ର ପତ୍ତା ମିଳିପାରି ନାହିଁ ବୋଲି ସେ କହିଛନ୍ତି।
ପୋଲିସର ସନ୍ଦେହ ଯେ ସିସିଟିଭି ଫୁଟେଜରେ କଏଦ ଉକ୍ତ ବ୍ୟକ୍ତି କାଫେ ଭିତରେ ବୋମା ବ୍ୟାଗ୍ ରଖିଥିଲା।
ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ସନ୍ଦିଗ୍ଧ ଅଭିଯୁକ୍ତ ଦିନ ୧୧.୩୦ରେ ରମେଶ୍ୱରମ୍ କାଫେରେ ପ୍ରବେଶ କରିଥିଲା । ଏହା ପରେ ସେ ୧୧.୩୮ରେ ରାଓ୍ବା ଇଡଲି ଅର୍ଡର ଦେଇଥିଲା । ରାଓ୍ବା ଇଡଲି ଖାଇବା ପରେ ସେ ୧୧.୪୪ରେ ହାତ ଧୋଇବା ପାଇଁ ୱାଶ ବେସିନ ଆଡକୁ ଯାଇଥିଲା | ଏହି ସମୟ ମଧ୍ୟରେ ସେ ଧରିଥିବା ଆଇଇଡି ବ୍ୟାଗକୁ ସେଇଠି ରଖି ୧୧.୪୫ରେ କାଫେରୁ ବାହାରି ଯାଇଥିଲା। ଏହା ପରେ ଦିନ ୧୨.୫୬ରେ ରାମେଶ୍ବରମ କାଫେରେ ବିସ୍ଫୋରଣ ହୋଇଥିଲା ।
ଇଡିରେ ହାଜର ହେବେ କେଜ୍ରିୱାଲ
Next ArticleOrissa High Court Annuls Election of Cuttack-Barabati MLA Mohammed Moquim
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
