ନିର୍ବାଚନର ଦିନକ ପରେ ମୋରାଦାବାଦ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ
ମୋରାଦାବାଦ: ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନର ବିଜେପି ପ୍ରାର୍ଥୀ କନୱର ସର୍ବେଶ ସିଂହଙ୍କ ଶନିବାର ପରଲୋକ ହୋଇଯାଇଛି। ଶୁକ୍ରବାର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋରାଦାବାଦ ଆସନରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ଆସନରୁ ୭୨ ବର୍ଷୀୟ କନୱର ବିଜେପି ପ୍ରାର୍ଥୀ ଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କନଓ୍ବର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କନଓ୍ବରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ୟୁପି [...]
ମୋରାଦାବାଦ: ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନର ବିଜେପି ପ୍ରାର୍ଥୀ କନୱର ସର୍ବେଶ ସିଂହଙ୍କ ଶନିବାର ପରଲୋକ ହୋଇଯାଇଛି। ଶୁକ୍ରବାର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋରାଦାବାଦ ଆସନରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ଆସନରୁ ୭୨ ବର୍ଷୀୟ କନୱର ବିଜେପି ପ୍ରାର୍ଥୀ ଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କନଓ୍ବର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।
କନଓ୍ବରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ୟୁପି ବିଜେପି ସଭାପତି ଭୁପେନ୍ଦ୍ର ଚୌଧୁରୀ କହିଛନ୍ତିି, ତାଙ୍କ ଗଳାରେ କିଛି ସମସ୍ୟା ଥିଲା। ଏଥିପାଇଁ ତାଙ୍କର ଅପରେସନ ହୋଇଥିଲା। ଗତକାଲି ସେ ଚେକ୍ ଅପ୍ ପାଇଁ ଦିଲ୍ଲୀ ଏମ୍ସ ଯାଇଥିଲେ।
କନଓ୍ବରଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି ।
କନୱର ସର୍ବେଶ ସିଂହ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ମୋରାଦାବାଦରୁ ଲୋକସଭା ସାଂସଦ ଥିଲେ। ତେବେ ସେ ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପ୍ରାର୍ଥୀ ଏସଟି ହାସନ (ବିଏସପି, ଏସପି ଏବଂ ଆରଏଲଡିର ମିଳିତ ପ୍ରାର୍ଥୀ)ଙ୍କ ଠାରୁ ହାରିଯାଇଥିଲେ।
କନୱର ୧୯୯୧ ରୁ ୨୦୦୭ ପର୍ଯ୍ୟନ୍ତ ଏବଂ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ମୋରାଦାବାଦର ଠାକୁରଦ୍ବାରା ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଞ୍ଚ ଥର ବିଜେପି ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। କନଓ୍ବରଙ୍କ ପତ୍ନୀ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।
ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନଙ୍କ ନେତୃତ୍ବରେ ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା
Next ArticleOdisha: 35 Nominations Filed So Far for First Phase Polls
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
