न्यूज़रूम ओडिशा
ब्रेकिंग
ओडिया समाचार

ଭୋଟିଂ ପୂର୍ବରୁ ବିଜେପି ଜିତିଲା ସୁରଟ ଲୋକସଭା ଆସନ, ଦଳୀୟ ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ସୁରଟ: ଆହୁରି ୬ ପର୍ଯ୍ୟାୟ ଭୋଟିଂ ବାକି ରହିଥିଲେ ମଧ୍ୟ ବିଜେପି ଚଳିତ ଲୋକସଭା ନିର୍ବାଚନର ଖାତା ଖୋଲିଛି । ଭୋଟ ଗ୍ରହଣ ପୂର୍ବରୁ ହିଁ ଗୁଜରାଟର ସୁରଟ ଲୋକସଭା ଆସନରେ ବିଜେପିର ବିଜୟ ନିଶ୍ଚିତ ହୋଇଛି। ସୁରଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେଇଯିବା ପରେ ଆଉ ୮ ଜଣ ପ୍ରାର୍ଥୀ ମଧ୍ୟ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ଏହି ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ଵନ୍ଦରେ ନିର୍ବାଚିତ [...]

Admin•22 अप्रैल 2024
Share Article:

ସୁରଟ: ଆହୁରି ୬ ପର୍ଯ୍ୟାୟ ଭୋଟିଂ ବାକି ରହିଥିଲେ ମଧ୍ୟ ବିଜେପି ଚଳିତ ଲୋକସଭା ନିର୍ବାଚନର ଖାତା ଖୋଲିଛି । ଭୋଟ ଗ୍ରହଣ ପୂର୍ବରୁ ହିଁ ଗୁଜରାଟର ସୁରଟ ଲୋକସଭା ଆସନରେ ବିଜେପିର ବିଜୟ ନିଶ୍ଚିତ ହୋଇଛି। ସୁରଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେଇଯିବା ପରେ ଆଉ ୮ ଜଣ ପ୍ରାର୍ଥୀ ମଧ୍ୟ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ଏହି ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।

ସୁରଟ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନିଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଛି । ନାମାଙ୍କନ ପତ୍ର ଦାଖଲ ସମୟରେ କୁମ୍ଭାନିଙ୍କ ତିନି ଜଣ ପ୍ରସ୍ତାବକଙ୍କ ମଧ୍ୟରୁ ଜଣେ ବି ଉପସ୍ଥିତ ନଥିଲେ। ଏହି କାରଣରୁ ନିର୍ବାଚନ ଅଧିକାରୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ପତ୍ର ଖାରଜ କରିଥିଲେ। କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ତିନି ଜଣ ପ୍ରସ୍ତାବକଙ୍କ ଦସ୍ତଖତକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା।

ଅନ୍ୟପକ୍ଷରେ କଂଗ୍ରେସ କୁମ୍ଭାନିଙ୍କ ନାମାଙ୍କନ ପତ୍ର ଖାରଜ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। କଂଗ୍ରେସ କହିଛି ଯେ ସରକାରଙ୍କ ପ୍ରାର୍ଥୀ ଧମକାଇ ଭୟଭୀତ କରିଛନ୍ତିି। କଂଗ୍ରେସ ନେତା ତଥା ଓକିଲ ବାବୁ ମାଙ୍ଗୁକିୟା ଅଭିଯୋଗ କରି କହିଛନ୍ତି, ଆମର ତିନିଜଣ ପ୍ରସ୍ତାବକଙ୍କୁ ଅପହରଣ କରାଯାଇଛି । ନିର୍ବାଚନ ଅଧିକାରୀ ଫର୍ମରେ ଦସ୍ତଖତ ହୋଇଛି କି ନାହିଁ ଯାଞ୍ଚ୍ କରିବା ବଦଳରେ ଅପହରଣ ସମ୍ପର୍କରେ ତଦନ୍ତ କରିବା ଉଚିତ । ସେ କହିଛନ୍ତି ଯେ ଦସ୍ତଖତ ଟାଲି ନ କରି ଫର୍ମ ରଦ୍ଦ କରିବା ଭୁଲ ‌। ପ୍ରସ୍ତାବକଙ୍କ ଦସ୍ତଖତ ଠିକ କି ଭୁଲ ତାହା ଯାଞ୍ଚ ନକରି ଫର୍ମ ବାତିଲ କରିବା ଭୁଲ୍।

#Odia#Odisha#News
Share Article:

Related Articles