ପଓ୍ବନ ସିଂହଙ୍କ ପରେ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ରାୱତ ଓହରିଲେ, ଅଶ୍ଳୀଳ ଭିଡିଓ ଭାଇରାଲ୍ ପରେ ଲୋକସଭା ନିର୍ବାଚନ ଲଢ଼ିବାକୁ ମନାକଲେ
ଲକ୍ଷ୍ନୌ: ପଓ୍ବନ ସିଂହଙ୍କ ପରେ ବିଜେପିର ଆଉ ଜଣେ ପ୍ରାର୍ଥୀ ମଧ୍ୟ ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି ।ଉତ୍ତର ପ୍ରଦେଶର ବାରାବାଙ୍କିରୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ସିଂ ରାୱତ ଲୋକସଭା ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବାରବାଙ୍କିରୁ ସମ୍ପ୍ରତି ସାଂସଦ ଅଛନ୍ତି ଉପେନ୍ଦ୍ର ରାୱତ । ବାରବାଙ୍କିରୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ରାୱତଙ୍କ ଏକ ଭିଡ଼ିଓ ଗତ ଦୁଇଦିନ [...]
ଲକ୍ଷ୍ନୌ: ପଓ୍ବନ ସିଂହଙ୍କ ପରେ ବିଜେପିର ଆଉ ଜଣେ ପ୍ରାର୍ଥୀ ମଧ୍ୟ ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି ।ଉତ୍ତର ପ୍ରଦେଶର ବାରାବାଙ୍କିରୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ସିଂ ରାୱତ ଲୋକସଭା ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବାରବାଙ୍କିରୁ ସମ୍ପ୍ରତି ସାଂସଦ ଅଛନ୍ତି ଉପେନ୍ଦ୍ର ରାୱତ ।
ବାରବାଙ୍କିରୁ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ରାୱତଙ୍କ ଏକ ଭିଡ଼ିଓ ଗତ ଦୁଇଦିନ ଧରି ସୋସିଆଲ ମିଡିଆରେ ଘୂରି ବୁଲୁଛି । ଭାଇରାଲ ଭିଡିଓରେ ତାଙ୍କୁ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳୁଛି। ମହିଳା ଜଣକ ବିଦେଶୀ ବୋଲି କୁହାଯାଉଛି। ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ବିଜେପି ଓ ଉପେନ୍ଦ୍ର ରାୱତଙ୍କୁ ଘେରିଥିଲେ ବିରୋଧୀ। ତେବେ ଏହା ତାଙ୍କ ଭିଡ଼ିଓ ନାହିଁ । ଭିଡିଓଟି ନକଲି ଏବଂ ଏଡିଟ୍ କରାଯାଇଛି ବୋଲି ରାୱତ ଦାବି କରିଛନ୍ତିି । ତାଙ୍କୁ ବଦନାମ କରିବା ପାଇଁ ଏପରି ଭିଡ଼ିଓ ଭାଇରାଲ୍ କରାଯାଇଛି ବୋଲି କହିଛନ୍ତି ଏହି ବିଜେପି ନେତା । ଏନେଇ ସେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି।
ଉପେନ୍ଦ୍ର ସିଂ ରାୱତ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଛନ୍ତି, ଏହାର ତଦନ୍ତ ହେବା ଉଚିତ। ଯେ ପର୍ଯ୍ୟନ୍ତ ମୁଁ ନିର୍ଦ୍ଦୋଷ ସାବ୍ୟସ୍ତ ନହୁଏ, ମୁଁ କୌଣସି ନିର୍ବାଚନ ଲଢ଼ିବି ନାହିଁ। ”
ଗତକାଲି ପଶ୍ଚିମବଙ୍ଗର ଆସାନସୋଲ ଆସନରୁ ବିଜେପି ପ୍ରାର୍ଥୀ ତଥା ଭୋଜପୁରୀ ଗାୟକ ପୱନ ସିଂହ ମଧ୍ୟ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ । ନିଜର ଅନେକ ଭିଡ଼ିଓ ଆଲବମରେ ପୱନ ସିଂହ ବଙ୍ଗାଳୀ ମହିଳାଙ୍କୁ ଅଶ୍ଲୀଳ ଢ଼ଙ୍ଗରେ ଚିତ୍ରଣ କରିଛନ୍ତିି ବୋଲି ଅଭିଯୋଗ ହୋଇଥିଲା । ଏହାପରେ ସେ ଆସାନସୋଲ ଆସନରୁ ନିଜ ପ୍ରାର୍ଥୀତ୍ବ ପ୍ରତ୍ୟାହାର କରିଥିଲେ ।
ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମନା
Next ArticleOdisha to Ban Single-Use Plastic Inside Sanctuaries, National Parks and Tiger Reserves
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
