न्यूज़रूम ओडिशा
ब्रेकिंग
ओडिया समाचार

ଟିକେଟ୍ କଟିବା ପରେ ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ସହ ରାଜନୀତିରୁ ଦଳୀୟ ନେତାଙ୍କ ଅବସର ଧାରା ବି ଜାରି ରହିଛି । ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ଦୁଇ ସାଂସଦ ଗୌତମ ଗମ୍ଭୀର ଓ ଜୟନ୍ତ ସିହ୍ନା ସକ୍ରିୟ ରାଜନୀତିକୁ ଅଲବିଦା କହିଥିଲେ । ଦିନକ ପରେ ରବିବାର ଦିଲ୍ଲୀ ଚାନ୍ଦିନୀଚୌକର ବିଜେପି ସାଂସଦ ଡକ୍ଟର ହର୍ଷ ବର୍ଦ୍ଧନ ମଧ୍ୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ [...]

Admin•3 मार्च 2024
Share Article:

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ସହ ରାଜନୀତିରୁ ଦଳୀୟ ନେତାଙ୍କ ଅବସର ଧାରା ବି ଜାରି ରହିଛି । ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ଦୁଇ ସାଂସଦ ଗୌତମ ଗମ୍ଭୀର ଓ ଜୟନ୍ତ ସିହ୍ନା ସକ୍ରିୟ ରାଜନୀତିକୁ ଅଲବିଦା କହିଥିଲେ । ଦିନକ ପରେ ରବିବାର ଦିଲ୍ଲୀ ଚାନ୍ଦିନୀଚୌକର ବିଜେପି ସାଂସଦ ଡକ୍ଟର ହର୍ଷ ବର୍ଦ୍ଧନ ମଧ୍ୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ଥିବା ଡକ୍ଟର ହର୍ଷ ବର୍ଦ୍ଧନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ତାଙ୍କୁ ଏଥର ଟିକେଟ ଦେଇନାହିଁ । ଶନିବାର ଘୋଷିତ ବିଜେପିର ୧୯୫ ଜଣିଆ ପ୍ରାର୍ଥୀ ତାଲିକାରେ ଚାନ୍ଦିନୀଚୌକରୁ ହର୍ଷ ବର୍ଦ୍ଧନଙ୍କ ବଦଳରେ ପ୍ରବୀଣ ଚାନ୍ଦେଲୱାଲଙ୍କୁ ଟିକେଟ୍ ଦିଆଯାଇଛି । ୬୯ ବର୍ଷୀୟ ଡକ୍ଟର ହର୍ଷ ବର୍ଦ୍ଧନ ଗତ ୩୦ ବର୍ଷ ଧରି ରାଜନୀତିରେ ସକ୍ରିୟ ଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ସେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ପୁଣି ତାଙ୍କ ଡାକ୍ତରୀ ପେସାକୁ ଫେରିବେ ବୋଲି ଘୋଷଣା କରିଛନ୍ତିି ହର୍ଷ ବର୍ଦ୍ଧନ ।

ହର୍ଷ ବର୍ଦ୍ଧନ ‘ଏକ୍ସ’ରେ କହିଛନ୍ତି, ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚମତ୍କାର ନିର୍ବାଚନୀ କ୍ୟାରିୟର ମଧ୍ୟରେ ମୁଁ ପାଞ୍ଚଟି ବିଧାନସଭା ଏବଂ ଦୁଇଟି ସଂସଦୀୟ ନିର୍ବାଚନ ଲଢ଼ି ବିପୁଳ ବ୍ୟବଧାନରେ ଜିତିଛି ଓ ସଂଗଠନ ତଥା ରାଜ୍ୟ ଓ କେନ୍ଦ୍ର ସରକାରରେ ବହୁ ସମ୍ମାନଜନକ ପଦରେ ରହି କାମ କରିଛି। ଏବେ ମୂଳକୁ (ଡ଼ାକ୍ତରୀ ପେସା) ଫେରିବା ସମୟ । ଆପଣମାନଙ୍କ ଆଶୀର୍ବାଦ ମୋ ସହ ରହୁ.. କୃଷ୍ଣନଗରରେ ମୋ ଇଏନଟି କ୍ଲିନିକ୍ ମୋତେ ଅପେକ୍ଷା କରିଛି ..।”

ଏହାଛଡ଼ା ହର୍ଷ ବର୍ଦ୍ଧନ ଦଳର ସମସ୍ତ କର୍ମୀ, ପ୍ରଶଂସକ ଏବଂ ସାଧାରଣ ନାଗରିକ, ଦଳର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କାମ କରିବା ତାଙ୍କ ପାଇଁ ଏକ ବଡ଼ ସୌଭାଗ୍ୟ ଥିଲା ବୋଲି କହିଛନ୍ତି ।

#Odia#Odisha#News
Share Article:

Related Articles