न्यूज़रूम ओडिशा
ब्रेकिंग
ओडिया समाचार

କଂଗ୍ରେସରେ ମିଶିଲେ ଆଉ ଜଣେ ବିଜେପି ସାଂସଦ

ଜୟପୁର: ଲୋକସଭା ନିର୍ବାଚନ ନିକଟତର ହେଉଥିବା ବେଳେ ନେତାଙ୍କ ଦଳ ଡିଆଁ ଧାରା ଜାରି ରହିଛି । ବ୍ରିଜେନ୍ଦ୍ର ସିଂହଙ୍କ ପରେ ବିଜେପିର ଆଉ ଜଣେ ସାଂସଦ କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜସ୍ଥାନର ଚୁରୁ ଆସନରୁ ବିଜେପି ସାଂସଦ ଥିବା ରାହୁଲ କାସୱାନ୍ ସୋମବାର ନିଜ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ମିଶିଛନ୍ତି। ବିଜେପିରୁ ଇସ୍ତଫା ଘୋଷଣାର କିଛି ଘଣ୍ଟା ପରେ ରାହୁଲ କାସୱାନ୍ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ [...]

Admin•11 मार्च 2024
Share Article:

ଜୟପୁର: ଲୋକସଭା ନିର୍ବାଚନ ନିକଟତର ହେଉଥିବା ବେଳେ ନେତାଙ୍କ ଦଳ ଡିଆଁ ଧାରା ଜାରି ରହିଛି । ବ୍ରିଜେନ୍ଦ୍ର ସିଂହଙ୍କ ପରେ ବିଜେପିର ଆଉ ଜଣେ ସାଂସଦ କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜସ୍ଥାନର ଚୁରୁ ଆସନରୁ ବିଜେପି ସାଂସଦ ଥିବା ରାହୁଲ କାସୱାନ୍ ସୋମବାର ନିଜ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ମିଶିଛନ୍ତି।

ବିଜେପିରୁ ଇସ୍ତଫା ଘୋଷଣାର କିଛି ଘଣ୍ଟା ପରେ ରାହୁଲ କାସୱାନ୍ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ରାହୁଲ କାସୱାନଙ୍କୁ ଏଥର ବିଜେପି ଟିକେଟ୍ ଦେଇନଥିଲା । ଏଥିପାଇଁ ସେ ଅସନ୍ତୁଷ୍ଟ ଥିଲେ । କାସୱାନଙ୍କ ବଦଳରେ ଚୁରୁ ଆସନରୁ ବିଜେପି ପାରାଲିମ୍ପିକ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝରିଆଙ୍କୁ ପ୍ରାର୍ଥୀ କରିଛି।

ଦିନକ ପୂର୍ବରୁ ହରିୟାଣା ହିସାରର ବିଜେପି ସାଂସଦ ବ୍ରିଜେନ୍ଦ୍ର ଚୌଧୁରୀ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ।

ନିକଟରେ ବିଜେପି ଲୋକସଭା ନିର୍ବାଚନ ପାଇଁ ରାଜସ୍ଥାନର ୨୫ଟି ସିଟ୍ ମଧ୍ୟରୁ ୧୫ଟିରେ ପ୍ରାର୍ଥୀ ଘୋଷଣା କରିଥିଲା ।

#Odia#Odisha#News
Share Article:

Related Articles