न्यूज़रूम ओडिशा
ब्रेकिंग
ओडिया समाचार

ଦେଶର ୬ ଜାତୀୟ ଦଳଙ୍କ ଆୟ ୩୦୭୭ କୋଟି, ବିଜେପି ସବୁଠୁ ଧନୀ ଦଳ

ନୂଆଦିଲ୍ଲୀ: ଦେଶର ୬ ବଡ଼ ରାଜନୈତିକ ଦଳ ୨୦୨୨-୨୩ ବର୍ଷ ପାଇଁ ନିଜ ଆୟ ଘୋଷଣା କରିଛନ୍ତିି । ଏହି ୬ ଜାତୀୟ ଦଳ ମୋଟ ୩୦୭୭ କୋଟି ଆୟ କରିଛନ୍ତି। ଏମାନଙ୍କ ମଧ୍ୟରୁ ବିଜେପି ସବୁଠୁ ଧନୀ ଦଳ ଭାବେ ଉଭା ହୋଇଛି। ବିଜେପି ସର୍ବାଧିକ ୨୩୬୧ କୋଟି ଟଙ୍କା ଆୟ କରିଛି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ନାମକ ସଂସ୍ଥା ଦ୍ବାରା ଜାରି ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ୬ଟି ଜାତୀୟ [...]

Admin•29 फ़रवरी 2024
Share Article:

ନୂଆଦିଲ୍ଲୀ: ଦେଶର ୬ ବଡ଼ ରାଜନୈତିକ ଦଳ ୨୦୨୨-୨୩ ବର୍ଷ ପାଇଁ ନିଜ ଆୟ ଘୋଷଣା କରିଛନ୍ତିି । ଏହି ୬ ଜାତୀୟ ଦଳ ମୋଟ ୩୦୭୭ କୋଟି ଆୟ କରିଛନ୍ତି। ଏମାନଙ୍କ ମଧ୍ୟରୁ ବିଜେପି ସବୁଠୁ ଧନୀ ଦଳ ଭାବେ ଉଭା ହୋଇଛି। ବିଜେପି ସର୍ବାଧିକ ୨୩୬୧ କୋଟି ଟଙ୍କା ଆୟ କରିଛି।

ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ନାମକ ସଂସ୍ଥା ଦ୍ବାରା ଜାରି ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ୬ଟି ଜାତୀୟ ଦଳର ମୋଟ ଆୟ ମଧ୍ୟରୁ କେବଳ ବିଜେପିର ଭାଗ ହିଁ ୭୬.୭ ପ୍ରତିଶତ ।

ଦ୍ବିତୀୟ ସ୍ଥାନରେ କଂଗ୍ରେସ ରହିଛି । କଂଗ୍ରେସ ୪୫୨.୩୭୫ କୋଟି ଆୟ ଘୋଷଣା କରିଛି । ଏହି ରାଶି ହେଉଛି ୬ଟି ଦଳର ମୋଟ ଆୟର ୧୪.୭୦ ପ୍ରତିଶତ ।

କଂଗ୍ରେସ ବ୍ୟତୀତ ବିଏସପି, ଆମ୍ ଆଦମୀ ପାର୍ଟି, ନ୍ୟାସନାଲ ପିପୁଲ୍ସ ପାର୍ଟି ଏବଂ ସିପିଆଇ (ଏମ) ମଧ୍ୟ ନିଜ ଆୟ ଘୋଷଣା କରିଛନ୍ତି।

ଏଡିଆର୍ ମୁତାବକ, ୨୦୨୧-୨୨ ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ବିଜେପିର ଆୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୧-୨୨ ବର୍ଷରେ ଦଳର ଆୟ ୧୯୧୭.୧୨ କୋଟି ଥିଲା, ଯାହା ୨୦୨୨-୨୩ରେ ୨୩୬୦.୮୪୪ କୋଟିକୁ ବୃଦ୍ଧି ପାଇଥିଲା।

ସେହିଭଳି ଆମ୍ ଆଦମୀ ପାର୍ଟିର ଆୟ ୨୦୨୧-୨୨ ବର୍ଷରେ ୪୪.୫୩ କୋଟିରୁ ୨୦୨୨-୨୩ ମସିହାରେ ୯୧.୨୩ ପ୍ରତିଶତ ବଢ଼ି ୮୫.୧୭ କୋଟିକୁ ବୃଦ୍ଧି ପାଇଛି ।

କଂଗ୍ରେସ କହିଛି ଏହାର ଆୟ ୪୫୨.୩୬୫ କୋଟି ଥିଲେ ମଧ୍ୟ ମୋଟ ଖର୍ଚ୍ଚ ଥିଲା ୪୬୭.୧୩୫ କୋଟି। ଅନ୍ୟପକ୍ଷରେ ୨୦୨୨-୨୩ ମସିହାରେ ବିଜେପିର ଆୟ ୨୩୬୦.୮୪୪ କୋଟି ତୁଳନାରେ ବ୍ୟୟ ୧୩୬୧.୬୮୪ କୋଟି ଥିଲା ।

#Odia#Odisha#News
Share Article:

Related Articles