ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କୁ ମାନହାନି ନୋଟିସ୍ ପଠାଇଲା ବିଜେପି
ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କୁ ମାନହାନି ନୋଟିସ୍ ପଠାଇଛି ବିଜେପି। ଆତିଶୀ ବିଜେପି ବିରୋଧରେ ଏକ ସଙ୍ଗୀନ୍ ଅଭିଯୋଗ ଆଣିଥିଲେ। ବିଜେପିରେ ନ ମିଶିଲେ ତାଙ୍କୁ ଗିରଫ କରାଯିବ ବୋଲି ଧମକ ମିଳୁଥିବା ନେଇ ଅଭିଯୋଗ କରିଥିଲେ ଆତିଶୀ। ଏହାର ଦିନକ ପରେ ବିଜେପି ଏହି ଆପ୍ ନେତ୍ରୀଙ୍କୁ ମାନହାନି ନୋଟିସ୍ ପଠାଇଛି ଓ ତାଙ୍କୁ କ୍ଷମା ମାଗିବାକୁ କହିଛି । ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚେଦେବ କହିଛନ୍ତି, [...]
ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କୁ ମାନହାନି ନୋଟିସ୍ ପଠାଇଛି ବିଜେପି। ଆତିଶୀ ବିଜେପି ବିରୋଧରେ ଏକ ସଙ୍ଗୀନ୍ ଅଭିଯୋଗ ଆଣିଥିଲେ। ବିଜେପିରେ ନ ମିଶିଲେ ତାଙ୍କୁ ଗିରଫ କରାଯିବ ବୋଲି ଧମକ ମିଳୁଥିବା ନେଇ ଅଭିଯୋଗ କରିଥିଲେ ଆତିଶୀ। ଏହାର ଦିନକ ପରେ ବିଜେପି ଏହି ଆପ୍ ନେତ୍ରୀଙ୍କୁ ମାନହାନି ନୋଟିସ୍ ପଠାଇଛି ଓ ତାଙ୍କୁ କ୍ଷମା ମାଗିବାକୁ କହିଛି ।
ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚେଦେବ କହିଛନ୍ତି, ‘ସେ (ଆତିଶୀ) ଯାହା ଅଭିଯୋଗ କରିଛନ୍ତି ତା’ର ପ୍ରମାଣ ଦେବା ପାଇଁ ଆମେ ତାଙ୍କୁ ଆଇନଗତ ନୋଟିସ ଦେଇଛୁ । ଆମେ ତାଙ୍କୁ ଏଥିରୁ ଖସି ଯିବାକୁ ଦେବୁ ନାହିଁ। ଏଥର ତାଙ୍କୁ ଉତ୍ତର ଦେବାକୁ ପଡ଼ିବ । ଆତିଶୀଙ୍କ ମିଛ କହୁଛନ୍ତି ଓ ଭିତ୍ତିହୀନ ଅଭିଯୋଗ କରିଛନ୍ତି | ତାଙ୍କୁ କ୍ଷମା ମାଗିବା ପାଇଁ ଆମେ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଥିଲୁ, ବର୍ତ୍ତମାନ ସେହି ସମୟସୀମା ଶେଷ ହୋଇଛି । ତେଣୁ ତାଙ୍କୁ ଆମେ ମାନହାନି ନୋଟିସ୍ ଦେଇଛୁ। ତାଙ୍କୁ ଏହାର ଜବାବ ଦେବାକୁ ୧୫ ଦିନ ସମୟ ଦିଆଯାଇଛି । ଯଦି ସେ ଜବାବ ନ ଦିଅନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ମନ୍ତ୍ରୀ ଆତିଶୀ ଅଭିଯୋଗ କରିଥିଲେ ଯେ ତାଙ୍କୁ ବିଜେପିରେ ସାମିଲ ହେବା ପାଇଁ ଅଫର ମିଳିଛି। ଏଥିପାଇଁ ବିଜେପି ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ତାଙ୍କୁ ଯୋଗାଯୋଗ କରିଥିଲା। ତାଙ୍କୁ ବିଜେପିରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିୟର ବଞ୍ଚାଇବାକୁ କୁହାଯାଇଛି ନଚେତ୍ ଇଡି ତାଙ୍କୁ ଏକ ମାସ ମଧ୍ୟରେ ଗିରଫ କରିବ। କିଛି ଦିନ ମଧ୍ୟରେ ତାଙ୍କ ବାସଭବନ ସହ ତାଙ୍କ ସମ୍ପର୍କୀୟ ଏବଂ ପରିବାର ସଦସ୍ୟଙ୍କ ଘରେ ଚଢ଼ାଉ କରାଯିବ ଓ ସମନ ଜାରି କରାଯିବ ବୋଲି ଧମକ ମିଳୁଛି ବୋଲି ଆତିଶୀ ଅଭିଯୋଗ କରିଥିଲେ ।
Former Salipur MLA Prakash Behera Joins Biju Janata Dal; Likely to Be BJD Candidate
Next ArticleBhrugu Baxipatra Joins Biju Janata Dal With Thousands Of Supporters
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
