ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍, ଟାମ୍ପରିଂ ଅଭିଯୋଗ ଆଣିଲେ କଂଗ୍ରେସ, ଆପ୍
ଚଣ୍ଡିଗଡ଼: କଂଗ୍ରେସ ସମର୍ଥିତ ଆମ୍ ଆଦମୀ ପାର୍ଟିର କୁଲଦୀପ କୁମାରଙ୍କୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ମନୋଜ ସୋନକର ମଙ୍ଗଳବାର ଚଣ୍ଡିଗଡ଼ର ମେୟର ପଦ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହାଛଡ଼ା ବିଜେପି ସିନିୟର ଡେପୁଟି ମେୟର ଏବଂ ଡେପୁଟି ମେୟର ପଦରେ ମଧ୍ୟ ହାତେଇଛି । ବିଜେପି ପ୍ରାର୍ଥୀ କୁଲଜିତ ସାନ୍ଧୁ ସିନିୟର ଡେପୁଟି ମେୟର ଏବଂ ରାଜିନ୍ଦର ଶର୍ମା ଡେପୁଟି ମେୟର ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ମେୟର ପଦ ନିର୍ବାଚନରେ [...]
ଚଣ୍ଡିଗଡ଼: କଂଗ୍ରେସ ସମର୍ଥିତ ଆମ୍ ଆଦମୀ ପାର୍ଟିର କୁଲଦୀପ କୁମାରଙ୍କୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ମନୋଜ ସୋନକର ମଙ୍ଗଳବାର ଚଣ୍ଡିଗଡ଼ର ମେୟର ପଦ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହାଛଡ଼ା ବିଜେପି ସିନିୟର ଡେପୁଟି ମେୟର ଏବଂ ଡେପୁଟି ମେୟର ପଦରେ ମଧ୍ୟ ହାତେଇଛି । ବିଜେପି ପ୍ରାର୍ଥୀ କୁଲଜିତ ସାନ୍ଧୁ ସିନିୟର ଡେପୁଟି ମେୟର ଏବଂ ରାଜିନ୍ଦର ଶର୍ମା ଡେପୁଟି ମେୟର ପଦ ପାଇଁ ନିର୍ବାଚିତ ହୋଇଛନ୍ତି।
ମେୟର ପଦ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୋନକର ୧୬ ଖଣ୍ଡ ଭୋଟ୍ ପାଇଥିବାବେଳେ କୁମାରଙ୍କୁ ୧୨ଟି ଭୋଟ୍ ମିଳିଥିଲା । ୮ ଭୋଟ୍ ଅବୈଧ ଘୋଷଣା କରାଯାଇଥିଲା।
ଫଳାଫଳ ଘୋଷଣା ହେବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ)ରେ ସହଯୋଗୀ ଦଳ ଆପ୍ ଓ କଂଗ୍ରେସ ଏହାକୁ ବିରୋଧ କରିଥିଲେ। ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପି ଟାମ୍ପରିଂ କରିଥିବା ଅଭିଯୋଗ କରିଛନ୍ତି।
କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିଥିବା କରିଥିବା ଆମ୍ ଆଦମୀ ପାର୍ଟି ମେୟର ପଦ ପାଇଁ ପ୍ରାର୍ଥୀ ଦେଇଥିଲେ। ଉଭୟ ସିନିୟର ଡେପୁଟି ମେୟର ଏବଂ ଡେପୁଟି ମେୟର ପଦ ପାଇଁ କଂଗ୍ରେସ ପ୍ରାର୍ଥୀ ଲଢ଼ିଥିଲେ ।
ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୁଷ୍ଠିତ ଏହି ନିର୍ବାଚନ ହୋଇଥିଲା । ‘ଇଣ୍ଡିଆ’ ମେଣ୍ଟ ଗଠନ ହେବା ପରଠୁ କଂଗ୍ରେସ ଓ ଆପ୍ ପ୍ରଥମ ଥର ଏକାଠି ନିର୍ବାଚନ ଲଢ଼ିଥିଲେ । ତେବେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପଞ୍ଜାବର ଆସନ ଭାଗବଣ୍ଟା ନେଇ ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ପ୍ରକାଶ ପାଇ ନାହିଁ।
Odisha Govt Modifies Existing Policy for Execution of Bond to Overcome Dearth of Doctors
Next ArticleOdisha Vigilance Raids Illegal Laterite Stone Quarries in Jajpur Dist
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
