ପୁଣି ଦୁଇ ବିମାନରେ ବୋମା ଆତଙ୍କ
ନୂଆଦିଲ୍ଲୀ: ଫ୍ଲାଇଟରେ ପୁଣିଥରେ ବୋମା ଗୁଜବ । ସୋମବାର (ଜୁନ୍ ୩) ଆକାସା ଏୟାରର ଦିଲ୍ଲୀ-ମୁମ୍ବାଇ ଏବଂ ଇଣ୍ଡିଗୋର ଚେନ୍ନାଇ-କୋଲକାତା ବିମାନରେ ବୋମା ଥିବା ନେଇ ଗୁଜବ ପରେ ଆତଙ୍କ ଖେଳିଯାଇଥିଲା । ଆକାସା ଏୟାର ବିମାନକୁ ଅହମ୍ମଦାବାଦକୁ ଡାଏଭର୍ଟ କରି ଦିଆଯାଇଥିଲା। ବିମାନରେ ଜଣେ ଶିଶୁ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କ ସହ ୧୮୬ ଜଣ ଯାତ୍ରୀ ଥିଲେ। ବିମାନର ମୁଖପାତ୍ର କହିଛନ୍ତି ଯେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ପରେ ବିମାନରେ ସୁରକ୍ଷା [...]
ନୂଆଦିଲ୍ଲୀ: ଫ୍ଲାଇଟରେ ପୁଣିଥରେ ବୋମା ଗୁଜବ । ସୋମବାର (ଜୁନ୍ ୩) ଆକାସା ଏୟାରର ଦିଲ୍ଲୀ-ମୁମ୍ବାଇ ଏବଂ ଇଣ୍ଡିଗୋର ଚେନ୍ନାଇ-କୋଲକାତା ବିମାନରେ ବୋମା ଥିବା ନେଇ ଗୁଜବ ପରେ ଆତଙ୍କ ଖେଳିଯାଇଥିଲା । ଆକାସା ଏୟାର ବିମାନକୁ ଅହମ୍ମଦାବାଦକୁ ଡାଏଭର୍ଟ କରି ଦିଆଯାଇଥିଲା। ବିମାନରେ ଜଣେ ଶିଶୁ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କ ସହ ୧୮୬ ଜଣ ଯାତ୍ରୀ ଥିଲେ।
ବିମାନର ମୁଖପାତ୍ର କହିଛନ୍ତି ଯେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ପରେ ବିମାନରେ ସୁରକ୍ଷା ସମ୍ବନ୍ଧୀୟ ଆଲର୍ଟ ଆସିଥିଲା । ଏହା ପରେ ବିମାନକୁ ପୂର୍ବାହ୍ନ ୧୦:୧୩ ମିନିଟରେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ସେଫ୍ ଲ୍ୟାଣ୍ଡିଂ କରାଯାଇଥିଲା । ବୋମା ଧମକ ନେଇ ତଦନ୍ତ ଜାରି ରହିଛି।
ଅନ୍ୟପକ୍ଷରେ ଚେନ୍ନାଇରୁ କୋଲକାତା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ମଧ୍ୟ ବୋମା ଆତଙ୍କ ଯୋଗୁଁ ଏହି ଫ୍ଲାଇଟ୍ ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା। ଥୁରାଇପକ୍କମର ଇଣ୍ଡିଗୋ କଲ୍ ସେଣ୍ଟରରୁ ଏକ କଲ୍ ଆସିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଚେନ୍ନାଇ-କୋଲକାତା ବିମାନରେ ବୋମା ବିସ୍ଫୋରଣ ହେବ ।
ସେତେବେଳକୁ ଯାତ୍ରୀମାନେ ବିମାନରେ ବସି ସାରିଥିଲେ । ବୋମା ଧମକ ପରେ ସମସ୍ତଙ୍କୁ ତଳକୁ ଅଣାଯାଇଥିଲା | ବିମାନକୁ ନିର୍ଜନ ସ୍ଥାନକୁ ନିଆଯାଇ ତଲାସି କରାଯାଇଥିଲା। ତେବେ ତଲାସି ବେଳେ କୌଣସି ସନ୍ଦେହଜନକ ବସ୍ତୁ ମିଳି ନଥିଲା। ସମସ୍ତ ସୁରକ୍ଷା ପ୍ରକ୍ରିୟା ଶେଷ ହେବା ପରେ ଏହି ବିମାନ ସକାଳ ୧୦.୩୦ରେ କୋଲକାତା ଅଭିମୁଖେ ଯାତ୍ରା କରିଥିଲା ।
ନିର୍ବାଚନ ପ୍ରକ୍ରିୟାର ଅନ୍ତିମ ଚରଣ : କାଲି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ଗଣତି ନେଇ ସିଇଓଙ୍କ ସୂଚନା
Next ArticleVote Counting to Be Held at 70 Centers in Odisha: CEO
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
