न्यूज़रूम ओडिशा
ब्रेकिंग
ओडिया समाचार

ସନ୍ଦେଶଖାଲି ମାମଲାର ସିବିଆଇ ତଦନ୍ତ ପାଇଁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।ଏହାଛଡ଼ା ଏହି ମାମଲାରେ ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ଫେବୃଆରୀ ୨୯ରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶାହାଜାହାନ ଶେଖଙ୍କୁ କେନ୍ଦ୍ରୀୟ ଏଜେନ୍ସିର ହାଜତକୁ ପଠାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଟିଏସ୍ ଶିବଜ୍ଞାନମଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମଙ୍ଗଳବାର ଅପରାହ୍ନ ୪:୩୦ ସୁଦ୍ଧା ଏହି ନିର୍ଦ୍ଦେଶ [...]

Admin•5 मार्च 2024
Share Article:

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।ଏହାଛଡ଼ା ଏହି ମାମଲାରେ ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ଫେବୃଆରୀ ୨୯ରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶାହାଜାହାନ ଶେଖଙ୍କୁ କେନ୍ଦ୍ରୀୟ ଏଜେନ୍ସିର ହାଜତକୁ ପଠାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଟିଏସ୍ ଶିବଜ୍ଞାନମଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମଙ୍ଗଳବାର ଅପରାହ୍ନ ୪:୩୦ ସୁଦ୍ଧା ଏହି ନିର୍ଦ୍ଦେଶ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଡି ଟିମ୍ ଉପରେ ଆକ୍ରମଣ ମାମଲାର ତଦନ୍ତ ପାଇଁ ସିବିଆଇ ଏବଂ ରାଜ୍ୟ ପୋଲିସର ଏକ ମିଳିତ ଏସଆଇଟି ଗଠନ କରିବା ପାଇଁ ଏକ ସିଙ୍ଗଲ୍ ବେଞ୍ଚର ଜାନୁଆରୀ ୧୭ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉଭୟ ଇଡି ଏବଂ ରାଜ୍ୟ ସରକାର ପୃଥକ ଅପିଲ ଦାଏର କରିଥିଲେ।

ଇଡି ଏହି ମାମଲାରେ ତଦନ୍ତ କେବଳ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଚାହୁଁଥିବା ବେଳେ ପଶ୍ଚିମବଙ୍ଗ ସରକାର ଏହି ମାମଲାର ତଦନ୍ତ ରାଜ୍ୟ ପୋଲିସ କରୁ ବୋଲି କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ନିର୍ଯାତନା ଓ ଜମି ହଡ଼ପ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖଙ୍କୁ ସିବିଆଇ, ଇଡି କିମ୍ବା ପଶ୍ଚିମବଙ୍ଗ ପୋଲିସ ଗିରଫ କରିପାରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବାର ଦିନକ ପରେ ରାଜ୍ୟ ପୋଲିସ ଏହି ଟିଏମସି ନେତାଙ୍କୁ ଗିରଫ କରିଥିଲା ।

#Odia#Odisha#News
Share Article:

Related Articles