न्यूज़रूम ओडिशा
ब्रेकिंग
ओडिया समाचार

ଅବକାରୀ ଦୁର୍ନୀତି ମାମଲା: ଇଡି ପରେ କବିତାଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗୁରୁବାର ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ.କବିତାଙ୍କୁ ଗିରଫ କରିଛି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ପୂର୍ବରୁ ଏହି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଅଛନ୍ତି। ସିବିଆଇ ତାଙ୍କୁ ଆଜି ସେଇଠି ଗିରଫ କରିଥିଲା। ନିକଟରେ ଏକ ସ୍ୱତନ୍ତ୍ର କୋର୍ଟର ଅନୁମତି ପରେ ସିବିଆଇ ଅଧିକାରୀ କବିତାଙ୍କୁ ଜେଲ ଭିତରେ ପଚରାଉଚରା କରିଥିଲେ। ସହଅଭିଯୁକ୍ତ ବୁଚି ବାବୁଙ୍କ [...]

Admin•11 अप्रैल 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗୁରୁବାର ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ.କବିତାଙ୍କୁ ଗିରଫ କରିଛି।

ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ପୂର୍ବରୁ ଏହି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଅଛନ୍ତି। ସିବିଆଇ ତାଙ୍କୁ ଆଜି ସେଇଠି ଗିରଫ କରିଥିଲା।

ନିକଟରେ ଏକ ସ୍ୱତନ୍ତ୍ର କୋର୍ଟର ଅନୁମତି ପରେ ସିବିଆଇ ଅଧିକାରୀ କବିତାଙ୍କୁ ଜେଲ ଭିତରେ ପଚରାଉଚରା କରିଥିଲେ। ସହଅଭିଯୁକ୍ତ ବୁଚି ବାବୁଙ୍କ ଫୋନରୁ ମିଳିଥିବା ହ୍ବାଟସଆପ୍ ଚାଟ୍ ଏବଂ ଏକ ଜମି ଡିଲ୍ ସମ୍ପର୍କରେ କବିତାଙ୍କୁ ଜେରା କରିଥିଲା ସିବିଆଇ । ଅବକାରୀ ନୀତି ବଦଳାଇବା ପାଇଁ ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଆପ୍) ସରକାରର ମନ୍ତ୍ରୀ ଓ ନେତାଙ୍କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏ ବାବଦରେ କବିତାଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ଅଧିକାରୀମାନେ ଶନିବାର ତିହାର ଜେଲକୁ ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୧୫ରେ କବିତାଙ୍କୁ ହାଇଦ୍ରାବାଦର ତାଙ୍କ ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରୁ ଗିରଫ କରିଥିଲା।

#Odia#Odisha#News
Share Article:

Related Articles