न्यूज़रूम ओडिशा
ब्रेकिंग
ओडिया समाचार

ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଠିକଣାରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: କିରୁ ଜଳ ବିଦ୍ୟୁତ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗରେ ସିବିଆଇ ଗୁରୁବାର ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଠିକଣା ସହ ୨୯ଟି ସ୍ଥାନରେ ଚଢ଼ାଉ କରିଛି। ଜଣେ ଅଧିକାରୀ କହିଛନ୍ତି, ଏହି ମାମଲା ୨,୨୦୦ କୋଟି ଟଙ୍କାର କିରୁ ହାଇଡ୍ରୋ ଇଲେକ୍ଟ୍ରିକ୍ ପାୱାର୍ ପ୍ରୋଜେକ୍ଟ (ଏଚ୍ଇପି) ପାଇଁ ଟେଣ୍ଡର ଆବଣ୍ଟନରେ ଦୁର୍ନୀତି ସହ ଜଡ଼ିତ। ସତ୍ୟପାଲ ମଲିକ ୨୩ ଅଗଷ୍ଟ ୨୦୧୮ ରୁ ୩୦ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ। ମଲିକ [...]

Admin•22 फ़रवरी 2024
Share Article:

ନୂଆଦିଲ୍ଲୀ: କିରୁ ଜଳ ବିଦ୍ୟୁତ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗରେ ସିବିଆଇ ଗୁରୁବାର ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଠିକଣା ସହ ୨୯ଟି ସ୍ଥାନରେ ଚଢ଼ାଉ କରିଛି। ଜଣେ ଅଧିକାରୀ କହିଛନ୍ତି, ଏହି ମାମଲା ୨,୨୦୦ କୋଟି ଟଙ୍କାର କିରୁ ହାଇଡ୍ରୋ ଇଲେକ୍ଟ୍ରିକ୍ ପାୱାର୍ ପ୍ରୋଜେକ୍ଟ (ଏଚ୍ଇପି) ପାଇଁ ଟେଣ୍ଡର ଆବଣ୍ଟନରେ ଦୁର୍ନୀତି ସହ ଜଡ଼ିତ।

ସତ୍ୟପାଲ ମଲିକ ୨୩ ଅଗଷ୍ଟ ୨୦୧୮ ରୁ ୩୦ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ। ମଲିକ ଦାବି କରିଥିଲେ ଯେ ଦୁଇଟି ଫାଇଲକୁ ମଞ୍ଜୁରି ପ୍ରଦାନ କରିବା ପାଇଁ ତାଙ୍କୁ ୩୦୦ କୋଟି ଟଙ୍କା ଲାଞ୍ଚ ଯଚା ଯାଇଥିଲା । ଏହି ଫାଇଲଗୁଡ଼ିକ ମଧ୍ୟରୁ ଗୋଟିଏ କିରୁ ପ୍ରକଳ୍ପ ସହିତ ଜଡିତ ଥିଲା ।

ସିବିଆଇ ଏହି ମାମଲାରେ ଚେନ୍ନାବ ଭ୍ୟାଲି ପାୱାର ପ୍ରୋଜେକ୍ଟସ (ପି) ଲିମିଟେଡର ପୂର୍ବତନ ଅଧ୍ୟକ୍ଷ ନବୀନ କୁମାର ଚୌଧୁରୀ ଓ ଅନ୍ୟ ପୂର୍ବତନ ଅଧିକାରୀ ଏମଏସ ବାବୁ, ଏମ.କେ ମିତ୍ତଲ ଏବଂ ଅରୁଣ କୁମାର ମିଶ୍ରା ଏବଂ ପଟେଲ ଇଞ୍ଜିନିୟରିଂ ଲିମିଟେଡ ବିରୋଧରେ କେସ୍ ରୁଜୁ କରିଛି ।

#Odia#Odisha#News
Share Article:

Related Articles