न्यूज़रूम ओडिशा
ब्रेकिंग
ओडिया समाचार

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ‘ଜେଡ୍’ ସୁରକ୍ଷା

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ କେନ୍ଦ୍ର ସରକାର ‘ଜେଡ୍’ ଶ୍ରେଣୀର ଭିଆଇପି ସୁରକ୍ଷା ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟ ପାଇଁ ପ୍ରାୟ ୪୦-୪୫ ଯବାନଙ୍କ ଏକ ଟିମ୍ ନିୟୋଜିତ କରିବାକୁ ସିଆରପିଏଫକୁ ଦାୟିତ୍ଵ ଦେଇଛି। ରାଜୀବ କୁମାରଙ୍କ ପ୍ରତି ବିପଦ ଆଶଙ୍କା ଥିବାରୁ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିବା ଗୃହ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ସୁପାରିସ [...]

Admin•9 अप्रैल 2024
Share Article:

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ କେନ୍ଦ୍ର ସରକାର ‘ଜେଡ୍’ ଶ୍ରେଣୀର ଭିଆଇପି ସୁରକ୍ଷା ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟ ପାଇଁ ପ୍ରାୟ ୪୦-୪୫ ଯବାନଙ୍କ ଏକ ଟିମ୍ ନିୟୋଜିତ କରିବାକୁ ସିଆରପିଏଫକୁ ଦାୟିତ୍ଵ ଦେଇଛି। ରାଜୀବ କୁମାରଙ୍କ ପ୍ରତି ବିପଦ ଆଶଙ୍କା ଥିବାରୁ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିବା ଗୃହ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ।

କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ସୁପାରିସ କରିଥିଲା। ଏପ୍ରିଲ ୧୯ରୁ ୭ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ଏହି ପଦକ୍ଷେପ ନେଇଛି କେନ୍ଦ୍ର।

ରାଜୀବ କୁମାର ହେଉଛନ୍ତି ୧୯୮୪ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ। ସେ ୧୫ ମେ ୨୦୨୨ରେ ଦେଶର ୨୫ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପୂର୍ବରୁ ୧ ସେପ୍ଟେମ୍ବର ୨୦୨୦ରେ ରାଜୀବ କୁମାରଙ୍କୁ ନିର୍ବାଚ କମିଶନର ଭାବେ ନିଯୁକ୍ତ ହୋଇଥିଲେ।

#Odia#Odisha#News
Share Article:

Related Articles