न्यूज़रूम ओडिशा
ब्रेकिंग
ओडिया समाचार

ଚମ୍ପାଇ ସୋରେନ୍ ସରକାର ଆସ୍ଥା ଭୋଟରେ ବିଜୟୀ

ରାଞ୍ଚି: ଝାଡ଼ଖଣ୍ଡର ଚମ୍ପାଇ ସୋରେନ୍ ସରକାର ସୋମବାର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ୮୧ ଆସନ ବିଶିଷ୍ଟ ବିଧାନସଭାରେ ଆସ୍ଥା ଭୋଟ୍ ଜିତିବା ପାଇଁ ଚମ୍ପାଇ ସୋରେନ ସରକାରକୁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଥିଲା । ତେବେ ତାଙ୍କ ସରକାର ସପକ୍ଷରେ ୪୭ଟି ଭୋଟ୍ ପଡ଼ିଥିଲା । ବିରୋଧରେ ପଡ଼ିଥିଲା ୨୯ ଖଣ୍ଡ ଭୋଟ୍। କୋର୍ଟଙ୍କ ଅନୁମତି କ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଆସ୍ଥା ଭୋଟରେ ଭାଗ ନେଇଥିଲେ। ଆସ୍ଥା ଭୋଟ୍ ପୂର୍ବରୁ [...]

Admin•5 फ़रवरी 2024
Share Article:

ରାଞ୍ଚି: ଝାଡ଼ଖଣ୍ଡର ଚମ୍ପାଇ ସୋରେନ୍ ସରକାର ସୋମବାର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ୮୧ ଆସନ ବିଶିଷ୍ଟ ବିଧାନସଭାରେ ଆସ୍ଥା ଭୋଟ୍ ଜିତିବା ପାଇଁ ଚମ୍ପାଇ ସୋରେନ ସରକାରକୁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଥିଲା । ତେବେ ତାଙ୍କ ସରକାର ସପକ୍ଷରେ ୪୭ଟି ଭୋଟ୍ ପଡ଼ିଥିଲା । ବିରୋଧରେ ପଡ଼ିଥିଲା ୨୯ ଖଣ୍ଡ ଭୋଟ୍। କୋର୍ଟଙ୍କ ଅନୁମତି କ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଆସ୍ଥା ଭୋଟରେ ଭାଗ ନେଇଥିଲେ।

ଆସ୍ଥା ଭୋଟ୍ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପ୍ରମାଣ କରିବାକୁ ବିଜେପିକୁ ଚ୍ୟାଲେଞ୍ଜ କରିଥିଲେ । ସେ ବିଧାନସଭାରେ କହିଥିଲେ, ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେଲେ ସେ ରାଜନୀତି ଛାଡ଼ିଦେବେ। କେନ୍ଦ୍ର ଷଡ଼ଯନ୍ତ୍ର ରଚିବା ପରେ ତାଙ୍କୁ ଗିରଫ କରାଇବାରେ ରାଜଭବନ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲା ବୋଲି ସେ ଅଭିଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ଇଡି ଗତ ସପ୍ତାହରେ ହେମନ୍ତ ସୋରେନଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା। ତାଙ୍କ ସ୍ଥାନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ବରିଷ୍ଠ ନେତା ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

#Odia#Odisha#News
Share Article:

Related Articles