न्यूज़रूम ओडिशा
ब्रेकिंग
ओडिया समाचार

ସଭା ମଞ୍ଚ ଭୁଶୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ରାହୁଲ ଗାନ୍ଧୀ

ପାଲିଗଞ୍ଜ: ବିହାରର ପାଲିଗଞ୍ଜ ଠାରେ ନିର୍ବାଚନ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ସଭା ମଞ୍ଚ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟ ବଶତଃ ରାହୁଲଙ୍କ କିଛି କ୍ଷତି ହୋଇନାହିଁ। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କ ଝିଅ ତଥା ପାଟଳିପୁତ୍ର ଲୋକସଭା ଆସନରୁ ପ୍ରାର୍ଥୀ ମିସା ଭାରତୀଙ୍କ ସମର୍ଥନରେ ପ୍ରଚାର ପାଇଁ ରାହୁଲ ଗାନ୍ଧୀ ସୋମବାର ପାଟନା ଉପକଣ୍ଠ ପାଲିଗଞ୍ଜ ଆସିଥିଲେ। ମିସା ଭାରତୀ ରାହୁଲ ଗାନ୍ଧୀଙ୍କୁ ମଞ୍ଚରେ ନିଜ ଆସନକୁ ନେଇ ଯାଉଥିବାବେଳେ [...]

Admin•27 मई 2024
Share Article:

ପାଲିଗଞ୍ଜ: ବିହାରର ପାଲିଗଞ୍ଜ ଠାରେ ନିର୍ବାଚନ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ସଭା ମଞ୍ଚ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟ ବଶତଃ ରାହୁଲଙ୍କ କିଛି କ୍ଷତି ହୋଇନାହିଁ।

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କ ଝିଅ ତଥା ପାଟଳିପୁତ୍ର ଲୋକସଭା ଆସନରୁ ପ୍ରାର୍ଥୀ ମିସା ଭାରତୀଙ୍କ ସମର୍ଥନରେ ପ୍ରଚାର ପାଇଁ ରାହୁଲ ଗାନ୍ଧୀ ସୋମବାର ପାଟନା ଉପକଣ୍ଠ ପାଲିଗଞ୍ଜ ଆସିଥିଲେ।

ମିସା ଭାରତୀ ରାହୁଲ ଗାନ୍ଧୀଙ୍କୁ ମଞ୍ଚରେ ନିଜ ଆସନକୁ ନେଇ ଯାଉଥିବାବେଳେ ମଞ୍ଚର ଏକ ଅଂଶ ହଠାତ୍ ଦବି ଯାଇଥିଲା। ଏତିକିବେଳେ ରାହୁଲ ଭାରସାମ୍ୟ ରକ୍ଷା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ତେବେ ମିସା ଭାରତୀ ତାଙ୍କ ହାତ ଧରି ରାହୁଲଙ୍କୁ ଭାରସାମ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥିଲେ। ରାହୁଲଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସୁଥିବା ସୁରକ୍ଷା କର୍ମୀଙ୍କୁ ସେ ଠିକ୍ ଅଛନ୍ତି ବୋଲି ହସି ହସି କହିଥିଲେ ଏହି କଂଗ୍ରେସ ନେତା ।

#Odia#Odisha#News
Share Article:

Related Articles