न्यूज़रूम ओडिशा
ब्रेकिंग
ओडिया समाचार

୧୬ ବର୍ଷରୁ କମ୍ ପିଲାଙ୍କୁ କୋଚିଂ ସେଣ୍ଟର ମନା, କେନ୍ଦ୍ର ସରକାର ଜାରି କଲେ ଗାଇଡଲାଇନ୍

ନୂଆଦିଲ୍ଲୀ: କୋଚିଂ ସେଣ୍ଟର ଗୁଡ଼ିକ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତିି। ଏଣିକି କୋଚିଂ ସେଣ୍ଟର ଗୁଡ଼ିକ ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରିପାରିବେ ନାହିଁ | ଏହାଛଡ଼ା ସେମାନେ ଭଲ ର଼୍ୟାଙ୍କ୍ କିମ୍ବା ମାର୍କ ପାଇଁ ଗ୍ୟାରେଣ୍ଟି ଦେବେ ନାହିଁ । ବିଭ୍ରାନ୍ତିକର ପ୍ରତିଶ୍ରୁତି ଦେବାରୁ କୋଚିଂ ସେଣ୍ଟର ଗୁଡ଼ିକ ନିବୃତ୍ତ ରହିବେ | ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଥିବା ଘରୋଇ କୋଚିଂ ସେଣ୍ଟର ଗୁଡ଼ିକୁ ଆଇନଗତ ଉପାୟରେ ପରିଚାଳନା ପାଇଁ [...]

Admin•18 जनवरी 2024
Share Article:

ନୂଆଦିଲ୍ଲୀ: କୋଚିଂ ସେଣ୍ଟର ଗୁଡ଼ିକ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତିି। ଏଣିକି କୋଚିଂ ସେଣ୍ଟର ଗୁଡ଼ିକ ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରିପାରିବେ ନାହିଁ | ଏହାଛଡ଼ା ସେମାନେ ଭଲ ର଼୍ୟାଙ୍କ୍ କିମ୍ବା ମାର୍କ ପାଇଁ ଗ୍ୟାରେଣ୍ଟି ଦେବେ ନାହିଁ । ବିଭ୍ରାନ୍ତିକର ପ୍ରତିଶ୍ରୁତି ଦେବାରୁ କୋଚିଂ ସେଣ୍ଟର ଗୁଡ଼ିକ ନିବୃତ୍ତ ରହିବେ |

ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଥିବା ଘରୋଇ କୋଚିଂ ସେଣ୍ଟର ଗୁଡ଼ିକୁ ଆଇନଗତ ଉପାୟରେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏହି ଗାଇଡଲାଇନ୍ ଜାରି କରିଛି | ଛାତ୍ରଙ୍କ ଆତ୍ମହତ୍ୟା, ଅଗ୍ନିକାଣ୍ଡ, କୋଚିଂ ସେଣ୍ଟରରେ ଅବ୍ୟବସ୍ଥା ଏବଂ ସେମାନଙ୍କ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ଅଭିଯୋଗ ପାଇବା ପରେ ସରକାର ଏପରି ପଦକ୍ଷେପ ନେଇଛନ୍ତି।

ଗାଇଡଲାଇନ୍ ଅନୁଯାୟୀ, କୌଣସି କୋଚିଂ ସେଣ୍ଟର ସ୍ନାତକରୁ କମ୍ ଯୋଗ୍ୟତା ଥିବା ଶିକ୍ଷକମାନଙ୍କୁ ନିଯୁକ୍ତ କରିବେ ନାହିଁ। କୋଚିଂ ସେଣ୍ଟର ଗୁଡ଼ିକ ଛାତ୍ରମାନଙ୍କୁ ନାମ ଲେଖାଇବା କିମ୍ବା ର଼୍ୟାଙ୍କ୍ ତଥା ଭଲ ମାର୍କ ଗ୍ୟାରେଣ୍ଟି ଦେବା ପାଇଁ ପିତାମାତାଙ୍କୁ ବିଭ୍ରାନ୍ତିକର ପ୍ରତିଶ୍ରୁତି ଦେଇ ପାରିବେ ନାହିଁ | କୋଚିଂ ସେଣ୍ଟର ଗୁଡ଼ିକ ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରିପାରିବେ ନାହିଁ | କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ନାମଲେଖା କେବଳ ମାଧ୍ୟମିକ ସ୍କୁଲ ପରୀକ୍ଷା ପରେ ହେବା ଆବଶ୍ୟକ |

କୋଚିଂ ସେଣ୍ଟର ଗୁଡ଼ିକ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଶିକ୍ଷାଦାନ ପାଇଁ ନିଯୁକ୍ତ କରିବେ ନାହିଁ। ସଦ୍ୟତମ ଗାଇଡଲାଇନ୍ ଅନୁସାରେ ଆବଶ୍ୟକ କାଉନସେଲିଂ ବ୍ୟବସ୍ଥା ନ ହେବା ଯାଏଁ କୌଣସି କୋଚିଂ ସେଣ୍ଟର ପଞ୍ଜୀକୃତ ହେବ ନାହିଁ |

ଗାଇଡଲାଇନ୍ ଉଲ୍ଲଂଘନ କଲେ ସମ୍ପୃକ୍ତ କୋଚିଂ ସେଣ୍ଟର ଉପରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିବ । ଯଦି ଅଧିକ ଫି’ ଆଦାୟ କରାଯାଏ ତେବେ ସମ୍ପୃକ୍ତ କୋଚିଂ ସେଣ୍ଟରର ପଞ୍ଜୀକରଣ ମଧ୍ୟ ବାତିଲ କରାଯିବ।

କୋଚିଂ ସେଣ୍ଟର ଗୁଡ଼ିକର ସଠିକ୍ ମନିଟରିଂ ପାଇଁ ଗାଇଡଲାଇନ୍ କାର୍ଯ୍ୟକାରୀ ହେବାର ତିନି ମାସ ମଧ୍ୟରେ ନୂଆ ତଥା ପୁରୁଣା କୋଚିଂ ସେଣ୍ଟର ଗୁଡ଼ିକର ପଞ୍ଜିକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ସରକାର।

ଗାଇଡଲାଇନ୍ ଅନୁଯାୟୀ କୋଚିଂ ସେଣ୍ଟର ଗୁଡ଼ିକର କାର୍ଯ୍ୟକଳାପ ଉପରେ ନଜର ରଖିବା ରାଜ୍ୟ ସରକାରଙ୍କ ଦାୟିତ୍ଵ ।

#Odia#Odisha#News
Share Article:

Related Articles