ଡ଼୍ରାଇଭରଙ୍କ ‘ଔକାତ୍’ ଉପରେ ପ୍ରଶ୍ନ କରିଥିବା ଜିଲ୍ଲାପାଳଙ୍କୁ ବଦଳି
ଭୋପାଳ: ଟ୍ରକ ଧର୍ମଘଟ ନେଇ ଆଲୋଚନା ବେଳେ ଜଣେ ଡ଼୍ରାଇଭରଙ୍କୁ ଅପମାନିତ କରିବା ମଧ୍ୟପ୍ରଦେଶ ଶାଜାପୁର ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଛି । ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଶାଜାପୁର ଜିଲ୍ଲାପାଳ କିଶୋର କନ୍ୟାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ ହଟାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ଯାଦବ କହିଛନ୍ତି ଯେ ଏହି ସରକାର ଗରିବଙ୍କ ସରକାର। ସମସ୍ତଙ୍କ କାର୍ଯ୍ୟ ଏବଂ ଭାବନାକୁ ସମ୍ମାନ ଦିଆଯିବା ଉଚିତ୍ । ମୁଁ ନିଜେ ଏକ ଶ୍ରମିକ ପରିବାରର ପୁଅ । ଏପରି [...]
ଭୋପାଳ: ଟ୍ରକ ଧର୍ମଘଟ ନେଇ ଆଲୋଚନା ବେଳେ ଜଣେ ଡ଼୍ରାଇଭରଙ୍କୁ ଅପମାନିତ କରିବା ମଧ୍ୟପ୍ରଦେଶ ଶାଜାପୁର ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଛି । ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଶାଜାପୁର ଜିଲ୍ଲାପାଳ କିଶୋର କନ୍ୟାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ ହଟାଇ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଡକ୍ଟର ଯାଦବ କହିଛନ୍ତି ଯେ ଏହି ସରକାର ଗରିବଙ୍କ ସରକାର। ସମସ୍ତଙ୍କ କାର୍ଯ୍ୟ ଏବଂ ଭାବନାକୁ ସମ୍ମାନ ଦିଆଯିବା ଉଚିତ୍ । ମୁଁ ନିଜେ ଏକ ଶ୍ରମିକ ପରିବାରର ପୁଅ । ଏପରି ଭାଷା ବରଦାସ୍ତ କରାଯିବ ନାହିଁ। ଅଧିକାରୀମାନେ ନିଜ ଭାଷା ଏବଂ ଆଚରଣ ପ୍ରତି ଧ୍ୟାନ ଦିଅନ୍ତୁ ।
ମଙ୍ଗଳବାର ଶାଜାପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ନୂଆ ‘ହିଟ୍ ଆଣ୍ଡ୍ ରନ୍’ ଆଇନ ବିରୋଧରେ ଟ୍ରକ୍ ଧର୍ମଘଟ ନେଇ ଡ୍ରାଇଭର ସଂଘ ସହ ଏକ ବୈଠକ କରିଥିଲେ ଶାଜାପୁର ଜିଲ୍ଲା ମାଜିଷ୍ଟ୍ରେଟ କିଶୋର କନ୍ୟାଲ । ଏତିକିବେଳେ ଜଣେ ଡ୍ରାଇଭର ଯୁକ୍ତିତର୍କ କରିବାରୁ ତାଙ୍କ ଉପରେ ରାଗି ଯାଇ ‘ତମ ଔକାତ (ସାମାଜିକ ସ୍ଥିତି) କ’ଣ ବୋଲି କହିଥିଲେ । ତେବେ ପରେ ତାଙ୍କ ଭୁଲ ବୁଝିପାରି କନ୍ୟାଲ ଦୁଃଖ ପ୍ରକାଶ କରିଥିଲେ। ହେଲେ ଡ଼୍ରାଇଭରଙ୍କ ଉପରେ ଶାଜାପୁର ଜିଲ୍ଲାପାଳଙ୍କ ବାବୁଗିରି ଭିଡ଼ିଓ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ଏହି ଭିଡ଼ିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଶାଜାପୁର ଜିଲ୍ଲାପାଳ କିଶୋର କନ୍ୟାଲଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସ୍ତରରେ ଏଭଳି ଆଚରଣ କିମ୍ବା ଅନୈତିକତାକୁ ବରଦାସ୍ତ କରାଯିବ ନାହିଁ। ବିଳମ୍ବ ନକରି ଏଭଳି ଆଚରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।
Bhitarakanika National Park to Be Closed For Visitors From 5th To 13th January For Crocodile Census
Next ArticleTwo JN.1 Covid Variant Cases Reported In Odisha
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
